Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ପୋଲାଭରମ୍ ପାଇଁ ଟିଡ଼ିପି ସହ ମେଂଟ ଭାଙ୍ଗିଲା : ଧର୍ମେନ୍ଦ୍ର

    Share on :
    Date: Apr 9, 2018    Views: 3719

    ଭୁବନେଶ୍ୱର : ପୋଲାଭରମ୍ ପ୍ରସଙ୍ଗରେ ଆମେ ଯଦି ଓଡ଼ିଶା ସହ ଅନ୍ୟାୟ କରିଥା’ନ୍ତୁ ତେବେ ଆନ୍ଧ୍ରରେ ଟିଡ଼ିପି ସହ ମେଂଟ ଭାଙ୍ଗିନଥା’ନ୍ତା  । କୋଟିଆ ଗସ୍ତ କାଳରେ ଏହି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

    ସେ କହିଲେଯେ, ପୋଲାଭରମ୍ ପ୍ରକଳ୍ପ ପାଇଁ ଆମେ ଆନ୍ଧ୍ରକୁ ସାହାଯ୍ୟ କରୁଥିଲୁ ବୋଲି ବିଜେଡ଼ି ଅଭିଯୋଗ କରୁଥିଲା  । ତେବେ ଆନ୍ଧ୍ରରେ ଟିଡ଼ିପି ସହ ମେଂଟ ଭାଙ୍ଗିବାର ପ୍ରମୁଖ କାରଣ ହେଉଛି ପୋଲାଭରମ୍ ପ୍ରକଳ୍ପ  । ପୋଲାଭରମ୍ ଏକ ବିବାଦୀୟ ପ୍ରକଳ୍ପ ବୋଲି ଧର୍ମେନ୍ଦ୍ର କହିଛନ୍ତି  ।

    ସେହିପରି କୋଟିଆ ପ୍ରସଙ୍ଗରେ ସେକହିଲେଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ  । କୋଟିଆ ଓଡ଼ିଶାର ଥିଲା ଓ ରହିବ  । ଦଳ ମତ ନିର୍ବିଶେଷରେ ସମସ୍ତେ ଏଥିପାଇଁ ଏକ ଅଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ  । କୋଟିଆ ଗସ୍ତ ସହ ଧର୍ମେନ୍ଦ୍ର କୁନ୍ଦୁଲି ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଭେଟିଛନ୍ତି  । କୁନ୍ଦୁଲି ପୀଡ଼ିତାଙ୍କୁ ଭେଟି ଧର୍ମେନ୍ଦ୍ର କହିଲେଯେ, ପୀଡ଼ିତାଙ୍କ ମୃତୁ୍ୟର ୬ ମାସ ବିତିଯାଇଥିଲେ ବି ଏଯାଏଁ ଦୋଷୀଙ୍କୁ ଧରାଯାଇନାହିଁ  । ଯେଉଁ ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ ଲୋକଲୋଚନକୁ ଆଣିଛନ୍ତି ତାଙ୍କୁ ପୁଲିସ୍ ଟାର୍ଗେଟ୍ କରୁଛି  । ଓଟିଭି ପ୍ରତିନିଧିଙ୍କୁ କ୍ରାଇମବ୍ରାଂଚ ପଚରାଉଚରା କରୁଛି  । ଯଦି ଗଣମାଧ୍ୟମ ନଥା’ନ୍ତା ତେବେ କୁନ୍ଦୁଲି ପୀଡ଼ିତାଙ୍କ ପରିବାରବର୍ଗ ତାଙ୍କୁ କେଉଁଠି ଲୁଚାଇ ଦେଇଛନ୍ତି ବୋଲି ମଧ୍ୟ ରାଜ୍ୟ ସରକାର କହିଥା’ନ୍ତେ ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook