Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜନ୍ମଦିନ ପାଳିଲେ ଜଗା-ବଳିଆ

    Share on :
    Date: Apr 9, 2018    Views: 495

    ଭୁବନେଶ୍ୱରରୁ ପ୍ରଭାତ ବେହେରା : ଯୋଡାମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଦୁଇଭାଇ ଜଗା-ବଳିଆ ଆଜି ସେମାନଙ୍କର ଜନ୍ମଦିନ ପାଳନ କରିଛନ୍ତି  । ୨୦୧୫ ମସିହା ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ମିଲିପଡ଼ାଠାରେ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କର ଜନ୍ମ ହୋଇଥିଲା  ।  ଆଜି ସେମାନେ ଏମ୍ସରେ ନିଜର ତୃତୀୟ ଜନ୍ମଦିନ ପାଳନ କରିଛନ୍ତି  ।

    ପ୍ରଥମ ଥର ପାଇଁ ପରସ୍ପରକୁ ଚାହିଁ ସେମାନେ ନିଜର ଜନ୍ମଦିନ ପାଳିଛନ୍ତି  । ପୂର୍ବରୁ ସେମାନେ ପରସ୍ପରକୁ ଦେଖିପାରୁନଥିଲେ  । ଜଗା-ବଳିଆଙ୍କ ବାପା ଭୂୟାଁ କହଁର ଓ ପୁଷ୍ପାଞ୍ଜଳୀ କହଁର, ଏମ୍ସର ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଏହି ଅବସରରେ ଉଭୟଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ  । ପୂର୍ବରୁ ମଧ୍ୟ ଏମସରେ ସେମାନେ ଖ୍ରୀଷ୍ଣମାସ ଓ ନବବର୍ଷ ପାଳନ କରିଥିଲେ  ।

    ଗତବର୍ଷ ଅଗଷ୍ଟ ୨୮ ଓ ଅକ୍ଟୋବର ୨୫ରେ ଦୁଇ ପର୍ଯ୍ୟାୟରେ ସେମାନଙ୍କର ଅପରେସନ୍ ହୋଇଥିଲା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବରୁ ଉଭୟଙ୍କୁ ସାକ୍ଷାତ କରିଥିଲେ  ।

    ଏମ୍ସ ହସ୍ପିଟାଲରେ ନିରାଡମ୍ବର ଭାବେ ଉଭୟ ଶିଶୁଙ୍କ ଜନ୍ମଦିନ ପାଳନ କରାଯାଇଛି ବୋଲି ବାପା ଭୂୟାଁ କହଁର କହିଛନ୍ତି । ଏମ୍ସ ଡାକ୍ତରୀ ଦଳଙ୍କ କଠିନ ପ୍ରୟାସ, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ସାଙ୍ଗକୁ ଭଗବାନଙ୍କ ଆର୍ଶୀବାଦରୁ ଦୁଇଶିଶୁ ପୁର୍ନଜନ୍ମ ପାଇଥିବାରୁ ଏଥର ସେମାନଙ୍କ ଜନ୍ମଦିନ ପାଳନ କରାଯାଇଛି  । ପ୍ରଥମ ଥର ପାଇଁ ଉଭୟ ଶିଶୁ ପରସ୍ପରକୁ ଚାହିଁ ଜନ୍ମଦିନ ପାଳନ କରିଥିବାରୁ ସେମାନେ ଖୁସି ଜାହିର କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook