Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ନବକଳେବର ହେବ : ପ୍ରସାଦ

    Share on :
    Date: Apr 9, 2018    Views: 1821

    ଭୁବନେଶ୍ୱର : କଂଗ୍ରେସର ନବକଳେବର ହେବ  । ଏକଥା କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ  । ପୂର୍ବରୁ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କଂଗ୍ରେସରେ ଆମୂଳଚୁଳ ପରିବର୍ତନ ହେବବୋଲି ଇଶାରା ଦେଇଥିଲେ  । ଆଜି ପ୍ରସାଦ ଏହି କଥା ସ୍ୱୀକାର କରିବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ତେବେ କେଉଁ ଉଦେ୍ଧଶ୍ୟରେ ପ୍ରସାଦ ଏଭଳି କହିଛନ୍ତି ସେନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ପର୍ଯ୍ୟାଲୋଚନା ଚାଲିଛି  । ଗୋଟିଏ ପଟେ ପ୍ରସାଦ ବିରୋଧୀ କ୍ୟାମ୍ପ ପିସିସି ସଭାପତି ବଦଳିବ ବୋଲି କହି ବୁଲୁଥିବାବେଳେ ଅପରପକ୍ଷରେ ପିସିସି ସଭାପତି ନୁହଁନ୍ତି ପିସିସି କମିଟିର ନବକଳେବର କରିବାକୁ ପ୍ରସାଦ ଯୋଜନା କରୁଛନ୍ତି ବୋଲି ତାଙ୍କ ସମର୍ଥକମାନେ ମତପ୍ରକାଶ କରିଛନ୍ତି  ।

    ଖାଲି କଂଗ୍ରେସ ନୁହେଁ ବିଜେଡ଼ି ଓ ବିଜେପି ମଧ୍ୟ କଂଗ୍ରେସ ରାଜନୀତି ଉପରେ ନିଘା ରଖିଛନ୍ତି  । କଂଗ୍ରେସର ବଢ଼ିବା ଓ ଛିଡ଼ିବା ଉପରେ ହିଁ ୨୦୧୯ର ରାଜନୀତିକ ସମୀକରଣ ବଦଳିଯିବ  । ତେବେ କଂଗ୍ରେସ ନେତୃତ୍ୱ କାହା ହାତରେ ରହିବ ତାହା ସ୍ପଷ୍ଟ ହୋଇପାରିନାହିଁ  । ଆଗକୁ ପୌର ନିର୍ବାଚନ  । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱ ବଦଳିବ ନା ପୂର୍ବଭଳି ପ୍ରସାଦ ଦାୟିତ୍ୱରେ ରହିବେ ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ  ।

    ଉପବାସ ବ୍ରତ ପାଳନ ଅବସରରେ ପ୍ରସାଦ କହିଲେଯେ, କଂଗ୍ରେସର ନବକଳେବର ହେବ  । କଂଗ୍ରେସ ନେତାମାନେ ଏକାଠି ଅଛନ୍ତି ଓ ଏକାଠି ଲଢ଼ୁଛନ୍ତି  । ଯେଉଁମାନେ ସୁବିଧାବାଦୀ ସେମାନେ ଦଳ ଛାଡ଼ୁଛନ୍ତି  । ନିଜର ବ୍ୟକ୍ତିଗତ ଲାଭ ଓ ଲୋଭ ପାଇଁ ସେମାନେ ଦଳ ଛାଡ଼ୁଥିବାବେଳେ ଲୋକମାନେ ସେମାନଙ୍କୁ ଭଲ ଭାବେ ବୁଝିଛନ୍ତି ବୋଲି ପ୍ରସାଦ କହିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook