Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୩ ଛାତ୍ରୀଙ୍କୁ ଅପହରଣ

    Share on :
    Date: Apr 9, 2018    Views: 397

    କୋରାପୁଟରୁ କ୍ରାନ୍ତି ପଟ୍ଟନାୟକ : ଛାତ୍ରୀ ନିବାସରୁ ୩ ଛାତ୍ରୀଙ୍କୁ ଅପହରଣ କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଏବେ କୋରାପୁଟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି  । ଦଶମନ୍ତପୁର ବ୍ଲକ ଅଂଚଳରେ ଥିବା ପରଜା ବେଡ଼ାପଦର ସେବାଶ୍ରମର ଛାତ୍ରୀନିବାସରେ ଏଭଳି ଅଘଟଣ ଘଟିଛି  । ମିଳିଥିବା ସୂଚନାନୁଯାୟୀ, ଗତକାଲି ରାତି ୨ଟାରୁ ସାଢେ଼ ୨ଟା ମଧ୍ୟରେ ୭ ଜଣ ଛାତ୍ରୀ ବାହାରକୁ ଶୌଚ ହେବାକୁ ଯାଇଥିଲେ  । କ୍ୟାମ୍ପସରେ ଆବଶ୍ୟକୀୟ ଶୌଚାଳୟର ବ୍ୟବସ୍ଥା ନଥିବାରୁ ୭ ଛାତ୍ରୀ ସାଂଗ ହୋଇ ବାହାରକୁ ଯାଇଥିଲେ  । ତେବେ ବାହାରେ କିଛି ଦୁର୍ବୃତ ଛକିକି ବସିଥିଲେ  । ସାତ ଛାତ୍ରୀଙ୍କ ଉପରକୁ ସେମାନେ ଭିନ୍ନ ଆଲୋକ ପକାଇଥିଲେ  । ଆଲୋକ ପ୍ରଭାବରେ ୭ ଛାତ୍ରୀ ସେଠାରେ ସଂଜ୍ଞାହୀନ ହୋଇପଡ଼ିଥିଲେ  । ତେବେ ସଂଜ୍ଞା ଫେରି ପାଇବା ବେଳକୁ ୩ ଛାତ୍ରୀ ନଥିବା ଜାଣିବାକୁ ମିଳିଥିଲା  । ଷଷ୍ଠ ଶ୍ରେଣୀର ୨ ଜଣ ଓ ନବମ ଶ୍ରେଣୀର ଜଣେ ଛାତ୍ରୀ ଅପହରଣ ହୋଇଥିବା ଜାଣିବାକୁ ମିଳିଛି  । ଏନେଇ ଛାତ୍ରୀମାନଙ୍କ ପରିବାର ପକ୍ଷରୁ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି  । ଏତଲାକୁ ଭିତ୍ତି କରି ଆଇଆଇସି ତଦନ୍ତ ଆରମ୍ଭ କରିଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook