Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାରା ରାଜ୍ୟରେ କଂଗ୍ରେସର ଉପବାସ ବ୍ରତ

    Share on :
    Date: Apr 9, 2018    Views: 943

    ଭୁବନେଶ୍ୱର : ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଉପବାସ ବ୍ରତ ପାଳନ କରାଯାଇଛି  । କଂଗ୍ରେସର ବରିଷ୍ଠ ନେତାମାନେ ଏକତ୍ର ହୋଇ ଏକଦିବସୀୟ ଉପବାସ ବ୍ରତ ପାଳନ କରିଛନ୍ତି  । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ କାହ୍ନୁଚରଣ ଲେଙ୍କାଙ୍କ ସମେତ କଂଗ୍ରେସର ବହୁ ଆଗଧାଡ଼ିର ନେତା ଏକାଠି ହୋଇଛନ୍ତି  ।

    ସୂଚନାଯୋଗ୍ୟଯେ, ଗତ ଅପ୍ରେଲ ୨ରେ ଏସସିଏସଟି ସଂଗଠନଗୁଡ଼ିକ ପକ୍ଷରୁ ସାରା ଭାରତରେ ବନ୍ଦ ଡାକରା ଦିଆଯାଇଥିଲା  । ତେବେ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ହିଂସା ହୋଇଥିଲା  । ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛିଯେ, ବିଜେପି ଶାସିତ ରାଜ୍ୟମାନଙ୍କର ଚରମ ଅବହେଳା ଯୋଗୁଁ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟି ଧନଜୀବନ ହାନି ହୋଇଥିଲା  । ଏହି ଘଟଣା ଦେଶର ସାମାଜିକ ସଂହତିକୁ ଘୋର କ୍ଷତି ପହଁଚାଇଛି  । ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରି ଶାନ୍ତି ଓ ସଂହତି ବାଧାପ୍ରାପ୍ତ ହୋଇଥିଲା  । ଶାନ୍ତି ଓ ସଂହତି ଦେଶର ଆତ୍ମା ସହ ଜଡ଼ିତ  । କଂଗ୍ରେସ ଦଳ ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ସହ ଏହାର ପ୍ରଚାର ପାଇଁ ବଦ୍ଧ ପରିକର  । ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦେ୍ଧଶ୍ୟରେ ଆଗାମୀ ଅପ୍ରେଲ ୯ ସୋମବାର ଦିନ ସମସ୍ତ ରାଜ୍ୟ ଓ ଜିଲ୍ଲାମାନଙ୍କରେ ଦଳ ପକ୍ଷରୁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଉପବାସ ବ୍ରତ ପାଳନ କରାଯାଇଛି  । ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯିବା ସହ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ନେତୃତ୍ୱରେ ସାର୍ବଜନୀନ ସ୍ଥାନରେ ଉପବାସ କାର୍ଯ୍ୟକ୍ରମ ପାଳନ ହେଉଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook