Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏଇ ସପ୍ତାହରେ କଡ଼ ଲେଉଟାଇବ କି କଂଗ୍ରେସ ରାଜନୀତି

    Share on :
    Date: Apr 9, 2018    Views: 10085

    ଭୁବନେଶ୍ୱର : ଏତେଦିନ ଅପେକ୍ଷା କଲ  । ଅପ୍ରେଲ ୧୮ ଯାଏଁ ଅପେକ୍ଷା କର  । ତା’ପରେ ସବୁ କିଛି ପରିଷ୍କାର ହୋଇଯିବ  । କଂଗ୍ରେସ କର୍ମୀମାନଙ୍କୁ ନିରଂଜନ ପଟ୍ଟନାୟକଙ୍କ ଏହି ଆଶ୍ୱାସନା ଏବେ କଂଗ୍ରେସ ରାଜନୀତିକୁ ସରଗରମ କରିଦେଇଛି  । ନିରଂଜନଙ୍କ ଏଭଳି କହିବା ପଛରେ କି ଉଦେ୍ଧଶ୍ୟ ଓ ରହସ୍ୟ ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି  । ନିରଂଜନ ପିସିସି ସଭାପତି ହେବା ପାଇଁ ହାଇକମାଣ୍ଡଙ୍କ ଠାରୁ ଇସାରା ପାଇଛନ୍ତି ନା ଅନ୍ୟ ବରିଷ୍ଠ ନେତାଙ୍କ ଭଳି ସେ ମଧ୍ୟ ନିଜ ରାଜନୀତିକ ଭବିଷ୍ୟତ ଗଢ଼ିବା ପାଇଁ ବିକଳ୍ପ ପନ୍ଥା ବାଛିଛନ୍ତି ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି  ।

    ଗତକାଲି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ କେନ୍ଦୁଝରରୁ ରାଇରଙ୍ଗପୁର ଯାଉଥିଲେ  । ଯିବା ବାଟରେ ସେ କରଂଜିଆ ଠାରେ କେତେକ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଭେଟିଥିଲେ  । ସମ୍ପ୍ରତି ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଛାଡ଼ି ବିଜେଡ଼ି କିମ୍ବା ବିଜେପିକୁ ଆଦରି ନେଉଥିବାବେଳେ ଦଳର ଭବିଷ୍ୟତ କ’ଣ ହେବବୋଲି କର୍ମୀମାନେ ବ୍ୟସ୍ତ ବିବ୍ରତ ହୋଇ ନିରଂଜନଙ୍କୁ ପଚାରିଥିଲେ  । କର୍ମୀଙ୍କୁ ଆଶ୍ୱାସନା ଦେବାକୁ ଯାଇ ନିରଂଜନ ଅପ୍ରେଲ ୧୮ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି  । ଗୋଟିଏ ପଟେ ଜିତେନ୍ଦ୍ର ସିଂହ ରାଜ୍ୟ କଂଗ୍ରେସରେ ଆମୂଳଚୁଳ ପରିବର୍ତନ ନେଇ ସଂକେତ ଦେଇଥିବାବେଳେ ନିରଂଜନଙ୍କ ଏଭଳି ଆଶ୍ୱାସନା ରାଜ୍ୟ କଂଗ୍ରେସ ଅଳିନ୍ଦରେ ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି  । ଧିରେଧିରେ କଂଗ୍ରେସ ନେତାମାନେ ଦଳ ଛାଡୁଥିବାବେଳେ ସେ ନେତୃତ୍ୱ ନେଲେ ପୁରପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଟିଏ ଛାତ ତଳେ ଏକଜୁଟ୍ କରାଇ ପାରିବୁ ବୋଲି ନିରଂଜନ କର୍ମୀମାନଙ୍କୁ କହିଥିଲେ  । ଅପରପକ୍ଷରେ ପ୍ରସାଦ ପିସିସି ପଦବୀରୁ ହଟିବାର ଚାନ୍ସ ନାହିଁ  । ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ସେ ପିସିସି ଦାୟିତ୍ୱରେ ରହିବେ ବୋଲି ରାହୁଲ ଆଶ୍ୱାସନା ଦେଇଛନ୍ତି ବୋଲି ପ୍ରସାଦଙ୍କ ସମର୍ଥକ ଦାବି କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook