Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟଫୋନ୍

    Share on :
    Date: Apr 8, 2018    Views: 797

    ଭୁବନେଶ୍ୱର : ଏଣିକି ମହିଳା ଚାଷୀମାନଙ୍କୁ ସ୍ମାର୍ଟଫୋନ୍ ମିଳିବ  । ଆଗରୁ ପୁରୁଷ ଚାଷୀଙ୍କୁ ସ୍ମାର୍ଟଫୋନ୍ ମିଳିଥିବାବେଳେ ଏବେ ମହିଳା ଚାଷୀଙ୍କୁ ସ୍ମାର୍ଟଫୋନ୍ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ସମବାୟ ବିଭାଗ ପକ୍ଷରୁ ଏହି ସ୍ମାର୍ଟ ଫୋନ୍ ଆବଟଂନ କରାଯିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି  ।

    ଶ୍ରୀ ପାତ୍ର କହିଛନ୍ତିଯେ, ଆସନ୍ତା ଖରିଫ ଋତୁରୁ ମହିଳା ଚାଷୀମାନଙ୍କୁ ସ୍ମାର୍ଟ ଫୋନ୍ ଦେବା ପାଇଁ ସମବାୟ ବିଭାଗ ନିଷ୍ପତି ନେଇଛି  । ଏହି ଫୋନ୍ ଦ୍ୱାରା ମହିଳା ଚାଷୀମାନଙ୍କୁ ଋଣ, ପାଣିପାଗ ଓ ଚାଷ ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ କରାଯିବ  । ଏଥିପାଇଁ ମହିଳା ଚାଷୀମାନଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ  । ତେବେ ମହିଳା ଚାଷୀଙ୍କ ସଂଖ୍ୟା ଅଳ୍ପ ଥିବାରୁ ପ୍ରଥମ ପର୍ଯ୍ୟାୟରେ ୭୦% ଚାଷୀଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook