ମୁଖ୍ୟ ଖବର
୧୯୫୨ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲା । କଂଗ୍ରେସର ଲୋକପ୍ରିୟ ନେତା ଡାକ୍ତର ବିଧାନ ଚନ୍ଦ୍ର ରାୟ ହୋଇଥିଲେ ମୁଖ୍ୟମନ୍ତ୍ରୀ । ବିଧାନ ଏତେ ଲୋକପ୍ରିୟ ଥିଲେଯେ, ବାମମେଂଟର ସବୁ ଚାଲ ବିଫଳ ହୋଇଥିଲା । ସେ ମୃତୁ୍ୟ ପର୍ଯ୍ୟନ୍ତ ବାରବାର ମୁଖ୍ୟମନ୍ତ୍ରୀ ହେବାରେ ସମର୍ଥ ହୋଇଥିଲେ ।
୧୯୫୨ ନିର୍ବାଚନରେ କଂଗ୍ରେସ ଦଳ ଏକାକୀ ୧୫୦ ଆସନରେ ଜିଣିପାରିଥିଲା । ଯେତେବେଳେକି ପ୍ରମୁଖ ବିରୋଧୀ ଦଳ ଭାବେ ବାମମେଂଟ ଉଭା ହୋଇଥିଲା । ବାମମେଂଟକୁୁ ମାତ୍ର ୨୮ ଆସନ ମିଳିଥିବାବେଳେ ଜ୍ୟୋତିବସୁ ବିରୋଧୀ ଦଳ ନେତା ହୋଇଥିଲେ । ସେତେବେଳେ କଂଗ୍ରେସକୁ ୩୮.୮୨% ଭୋଟ ମିଳିଥିବାବେଳେ ବାମମେଂଟ ୧୦.୭୬% ଭୋଟ ପାଇଥିଲା ।
୧୯୫୬ରେ ସୀମା ନିର୍ଦ୍ଧାରଣ ପରେ ପଶ୍ଚିମବଙ୍ଗରେ ଆସନ ସଂଖ୍ୟା ବୃଦ୍ଧି ପାଇଥିଲା । ତେବେ ପୁନଶ୍ଚ ବିଧାନଙ୍କ ନେତୃତ୍ୱରେ କଂଗ୍ରେସ ଭଲ ପ୍ରଦର୍ଶନ କରି କ୍ରମାଗତ ଶାସନ କ୍ଷମତାକୁ ଆସିଥିଲା । ବାମପନ୍ଥୀଙ୍କ ଶକ୍ତି ବୃଦ୍ଧି ପାଇଥିଲେ ବି ସେମାନେ କ୍ଷମତାରୁ ବହୁ ଦୂରରେ ରହିଯାଇଥିଲେ । ସେହି ସମୟରେ ବାମପନ୍ଥୀଙ୍କ ସହ ପ୍ରଜା ସୋସିଆଲିଷ୍ଟ ପାର୍ଟି, ଫରୱାଡର଼୍ ବ୍ଲକ ଓ ମାର୍କିଷ୍ଟ ଫରୱାଡର଼୍ ବ୍ଲକ ଓ ରିଭୁଲସନାରୀ ସୋସିଆଲିଷ୍ଟ ପାର୍ଟି ଭଳି ଦଳ ରହିଥିଲେ । ଯେତେବେଳେକି ସଂଯୁକ୍ତ ଗଣତାନ୍ତ୍ରିକ ଜନମୋର୍ଚ୍ଚାରେ ଭାରତୀୟ ଜନ ସଂଘ, ହିନ୍ଦୁ ମହାସଭା ଓ ଆରସିପିଆଇ ରହିଥିଲା ।
Comments ସମସ୍ତ ମତାମତ