Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଲମାନଙ୍କୁ ଜାମିନ: ଜେଲରୁ ମୁକୁଳିବେ ଭାଇଜାନ

    Share on :
    Date: Apr 7, 2018    Views: 285

    ଜୟପୁର : କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇଦିନ ଧରି ଜେଲ୍ ହାଜତରେ ଥିବା ଭାଇଜାନ ସଲମାନ୍ ଖାନ୍ଙ୍କୁ ଆଜି ଜାମିନ ମିଳିଛି । ଆଜି ଯୋଧପୁର ସେସନ୍ସ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କାର ଦୁଇଟି ବେଲବଣ୍ଡ ଜରିଆରେ ସଲୁଙ୍କୁ ଜାମିନ ମିଳିଛି । ଆଜି ସଂଧ୍ୟାସୁଦ୍ଧା ସେ ଜେଲ୍ରୁ ମୁକୁଳିଯିବେ ବୋଲି ଆଶା କରାଯାଉଛି । ଫଳରେ ସଲମାନଙ୍କ ଫ୍ୟାନ୍ମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ସଲୁଙ୍କୁ ବେଲ୍ ମିଳିବା ପାଇଁ ତାଙ୍କର ବହୁ ସମର୍ଥକ ବିଭିନ୍ନ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିଲେ । ଫ୍ୟାନ୍ମାନଙ୍କ ପ୍ରାର୍ଥନା ସତ ହୋଇଛି ଓ ଭଗବାନ ସେମାନଙ୍କ ଡାକ ଶୁଣିଛନ୍ତି ।
    କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନ୍ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ  । ୧୯୯୮ରେ ଏହି ଘଟଣା ଘଟିଥିଲା  । ଏହାର ୨୦ ବର୍ଷ ପରେ ଯୋଧପୁର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ଏହି ମାମଲାର ରାୟ ପ୍ରକାଶ ବେଳେ ସହ ଅଭିଯୁକ୍ତ ସୈଫ ଅଲ୍ଲୀ ଖାନ୍, ସୋନାଲି ବେନେ୍ଦ୍ର, ନୀଲମ ଓ ତବୁ ମଧ୍ୟ ଉପସ୍ଥିତ ଥିଲେ  । ତେବେ ଏହି ସହ ଅଭିଯୁକ୍ତମାନଙ୍କୁ କୋର୍ଟ ନିଦେ୍ର୍ଧାଷ ବୋଲି ରାୟ ଦେଇଛନ୍ତି  । 
    ସୂଚନାଯୋଗ୍ୟଯେ, ୧୯୯୮ ଅକ୍ଟୋବର ୧ ଓ ୨ରେ ସଲମାନ ଖାନ ଯୋଧପୁର ନିକଟସ୍ଥ କଙ୍କଣି ଗାଁରେ କୃଷ୍ଣସାର ମୃଗ ଶିକାର କରିଥିଲେ  । ‘ହମ୍ ସାଥ ସାଥ ହେଁ’ ସୁଟିଂ ଅବସରରେ ଏହି ଘଟଣା ଘଟିଥିଲା  । ତେବେ ଏଘଟଣାରେ ସେ ନିଦେ୍ର୍ଧାଷ ବୋଲି ସଲମାନ ଖାନଙ୍କ ଓକିଲ ଦାବି କରିଥିଲେ  । ପ୍ରାକୃତିକ କାରଣରୁ ଉକ୍ତ କୃଷ୍ଣସାର ମୃଗର ମୃତୁ୍ୟ ହୋଇଥିବାବେଳେ ତାଙ୍କୁ ଦୋଷୀ ସଜାଯାଉଛି ବୋଲି କହିଥିଲେ  । ଆଇପିସିର ଧାରା ୧୪୯ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଧାରା ୫୧ ଅନୁଯାୟୀ ସଲମାନଙ୍କ ନାମରେ ଚାର୍ଜ ଫ୍ରେମ ହୋଇଥିଲା  । ଏହି ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି  । ତେବେ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ସଙ୍ଗେସଙ୍ଗେ ଦଣ୍ଡ ଘୋଷଣା କରିଥିଲେ  । ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବା ସହ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook