Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମୁମ୍ବାଇରେ ଉକ୍ରଳ ଦିବସ

    Share on :
    Date: Apr 7, 2018    Views: 47

    ବମ୍ବେ: ଉତ୍କଳ ସାଂସ୍କୃତିକ ସଂଘ ଆଇ.ଆଇ.ଟି.ବମ୍ବେ ପକ୍ଷରୁ ପି.ସି. ସକ୍ସେନା ଅଡିଟୋରିଅମ ପରିସରରେ ଗତ ଏକ ତାରିଖ ଦିନ  ଉତ୍କଳ ଦିବସ ପାଳିତ ହୋଇଯାଇଛି | ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ ପରମ୍ପରା ପ୍ରତି ଭଲ ପାଇବା ସୃଷ୍ଟି ଲକ୍ଷରେ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଏକ ପ୍ରଦର୍ଶନୀ କରାଯାଇଥିଲା | ସଂଘଠନର  ସଭାପତି  ପ୍ରଫେସର ତାପସ କୁମାର ବିସ୍ବାଳ ପ୍ରଦୀପ ପ୍ରଜୋଳନ କରି  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |  ଓଡ଼ିଶାର ଗରିମାମୟ ଇତିହାସକୁ  ମେନ ରଖିବା ଦିଗରେ ଆମେ ସମସ୍ତେ  ମିଳି  ମିଶି  କାର୍ଯ୍ୟ କରିବା ପାଇଁ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା |  ଏହି  ଅବସରେର ରିଲିଆନ୍ସ ଇଣ୍ଡଷ୍ଟ୍ରିର ଏଚ.ଆର. ହେଡ଼ ଶ୍ରୀ ବିଜୟ ସାହୁଙ୍କୁ କର୍ମବୀର ଗୌରୀଶଙ୍କର ରାୟ ସମ୍ମାନରେ ସମ୍ମାନିତ କରାଯାଇଥିଲା | ଯୁବ କଣ୍ଠଶିଳ୍ପୀ ଶ୍ରୀ ଅସିତ ତ୍ରିପାଠୀଙ୍କୁ ସଂଘଠନ 'ବାଜି ରାଉତ' ସମ୍ମାନରେ ସମ୍ମାନିତ କରିଥିଲା | ସଂଘଠନର ସଦସ୍ୟମାନେ ଓଡିଶୀ ,  ସମ୍ବଲପୁରୀ ଲୋକନୃତ୍ୟ ଏବଂ ନାଟକ ମାଧ୍ୟମରେ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ | ବିଶେଷକରି ଭୁବନେଶ୍ୱର କଳାକେନ୍ଦ୍ରର ନୃତ୍ୟଶିଳ୍ପୀମାନେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମଟିକୁ ରୋମାଞ୍ଚକର କରି ଦେଇଥିଲେ | ସମ୍ପାଦକ  ଆଦିତ୍ୟ କୁମାର ଦାସ ସଂଘଠନର ବାର୍ଷିକ ବିବରଣୀ ପ୍ରଦାନ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ | 

    Maximum 500 characters

    ଆଂଚଳିକ View all

    Find Us on Facebook