ମୁଖ୍ୟ ଖବର
ଭୁବନେଶ୍ୱର : ଆସନ୍ତା ଅପ୍ରେଲ ୯ରେ କଂଗ୍ରେସ ସାରା ଭାରତରେ ‘ଉପବାସ’ ରହିବ । ଦେଶରେ ଶାନ୍ତି ଓ ସାମାଜିକ ସୌହାର୍ଦ୍ଧ୍ୟରେ କଂଗ୍ରେସ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଏଆଇସିସି ହାଇକମାଣ୍ଡଙ୍କ ନିଦେ୍ର୍ଧଶରେ ସାରା ଦେଶର କଂଗ୍ରେସ କର୍ମୀମାନେ ଅପ୍ରେଲ ୯ରେ ଉପବାସରେ ରହି ଧାରଣା ଦେବେ ।
ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ସବୁ ରାଜ୍ୟର ପିସିସି ସଭାପତିମାନଙ୍କୁ ପତ୍ର ଲେଖାଯାଇଛି । ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲା ମୁଖ୍ୟାଳୟରେ ‘ଉପବାସ’ ରଖାଯିବ । ସେହିପରି ଅପ୍ରେଲ ୨ର ଭାରତ ବନ୍ଦକୁ ଦୁର୍ଭାଗ୍ୟଜନକ ଏହା ଦେଶର ସାମାଜିକ ସହବସ୍ଥାନ ପ୍ରତି ବିପଦ ବୋଲି କଂଗ୍ରେସ ଅଭିହିତ କରିଛି । ବିଶେଷକରି ବିଜେପି ଶାସିତ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଏଥିପାଇଁ କଂଗ୍ରେସ ଉଭୟ କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ୍ କରିଛି । ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଏହା ଯେଭଳି ପାଳନ କରାଯିବ ସେଥିପାଇଁ ସମସ୍ତ ପିସିସି ସଭାପତିମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ସୂଚନାଯୋଗ୍ୟଯେ, ଅପ୍ରେଲ ୧୦ରେ ମଧ୍ୟ କେତେକ ସଂଗଠନ ଏସସିଏସଟି ଆଇନକୁ ନେଇ ଆନେ୍ଦାଳନ କରିବାକୁ ଆହ୍ୱାନ ଦେଇଥିବାବେଳେ କଂଗ୍ରେସ ଦିନକ ପୂର୍ବରୁ ଏଭଳି ଉପବାସର ଆହ୍ୱାନ ରଖି ରାଜନୀତିକ ରୁଟି ସେକିବାକୁ ଚାହୁଁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
Comments ସମସ୍ତ ମତାମତ 0