Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶୁଣାଣି ଘୁଂଚିଲା, ଆଜି ବି ଜେଲରେ ରହିବେ ସଲମାନ

    Share on :
    Date: Apr 6, 2018    Views: 91

    ଜୟପୁର : କୃଷ୍ଣସାର ମୃଗ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି  । ଡାକ୍ତରୀମାଇନା ପରେ ତାଙ୍କୁ ଯୋଧପୁର ଜେଲ୍ ପଠାଇ ଦିଆଯାଇଥିଲା । ତେବେ ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇଥିଲା । ଯୋଧପୁର ସେସନ୍ସ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି କୋର୍ଟ ରାୟ ଶୁଣାଣି କରିବେ । ତେଣୁ ସଲମାନଙ୍କୁ ପୁଣି ଆଜି ଜେଲ୍ ହାଜତରେ ରହିବାକୁ ପଡ଼ିବ । କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନ୍ଙ୍କୁ ସକାଳେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ  । ୧୯୯୮ରେ ଏହି ଘଟଣା ଘଟିଥିଲା  । ଏହାର ୨୦ ବର୍ଷ ପରେ ଯୋଧପୁର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ଏହି ମାମଲାର ରାୟ ପ୍ରକାଶ ବେଳେ ସହ ଅଭିଯୁକ୍ତ ସୈଫ ଅଲ୍ଲୀ ଖାନ୍, ସୋନାଲି ବେନେ୍ଦ୍ର, ନୀଲମ ଓ ତବୁ ମଧ୍ୟ ଉପସ୍ଥିତ ଥିଲେ  । ତେବେ ଏହି ସହ ଅଭିଯୁକ୍ତମାନଙ୍କୁ କୋର୍ଟ ନିଦେ୍ର୍ଧାଷ ବୋଲି ରାୟ ଦେଇଛନ୍ତି  । 
    ସୂଚନାଯୋଗ୍ୟଯେ, ୧୯୯୮ ଅକ୍ଟୋବର ୧ ଓ ୨ରେ ସଲମାନ ଖାନ ଯୋଧପୁର ନିକଟସ୍ଥ କଙ୍କଣି ଗାଁରେ କୃଷ୍ଣସାର ମୃଗ ଶିକାର କରିଥିଲେ  । ‘ହମ୍ ସାଥ ସାଥ ହେଁ’ ସୁଟିଂ ଅବସରରେ ଏହି ଘଟଣା ଘଟିଥିଲା  । ତେବେ ଏଘଟଣାରେ ସେ ନିଦେ୍ର୍ଧାଷ ବୋଲି ସଲମାନ ଖାନଙ୍କ ଓକିଲ ଦାବି କରିଥିଲେ  । ପ୍ରାକୃତିକ କାରଣରୁ ଉକ୍ତ କୃଷ୍ଣସାର ମୃଗର ମୃତୁ୍ୟ ହୋଇଥିବାବେଳେ ତାଙ୍କୁ ଦୋଷୀ ସଜାଯାଉଛି ବୋଲି କହିଥିଲେ  । ଆଇପିସିର ଧାରା ୧୪୯ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଧାରା ୫୧ ଅନୁଯାୟୀ ସଲମାନଙ୍କ ନାମରେ ଚାର୍ଜ ଫ୍ରେମ ହୋଇଥିଲା  । ଏହି ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି  । ତେବେ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ସଙ୍ଗେସଙ୍ଗେ ଦଣ୍ଡ ଘୋଷଣା କରିଥିଲେ  । ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବା ସହ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook