Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଲେ ମୀରାବାଇ

    Share on :
    Date: Apr 5, 2018    Views: 197

    ନୂଆଦିଲ୍ଲୀ : ଗୋଲଡ଼ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ସଫଳତା ମିଳିଛି  । ପ୍ରଥମେ ଭାର ଉତୋଳନରେ ଗୁରୁରାଜା ରୌପ୍ୟ ପଦକ ହାସଲ କରିଥିବାବେଳେ ପରେପରେ ମୀରାବାଇ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଆଣି ଦେଇଛନ୍ତି  । ୪୮ କେଜି ବର୍ଗରେ ମୀରା ଏହି ସଫଳତା ପାଇଛନ୍ତି  । ସ୍ୱର୍ଣ୍ଣ ପଦକ ପାଇବା ସହ ମୀରାବାଇ ନୂଆ ରେକଡର଼୍ ମଧ୍ୟ ସୃଷ୍ଟି କରିଛନ୍ତି  । ପୂର୍ବରୁ ଏହି ବର୍ଗରେ ୨୦୧୦ରେ ନାଇଜେରିଆର ଅଗଷ୍ଟାଇନ୍ ନ୍ୱାଓକୋଲୋ ୧୭୫ କେଜି ଭାର ଉତୋଳନ କରି ରେକଡର଼୍ ସୃଷ୍ଟି କରିଥିଲେ  । ତେବେ ମୀରାବାଇ ୧୯୬ କେଜି ଭାର ଉତୋଳନ କରି ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି  । ମୀରାବାଇ ସ୍ନାଚିଂରେ ୮୬ କେଜି ଉଠାଇଥିବାବେଳେ କ୍ଲିନ ଓ ଜର୍କରେ ୧୧୦ କେଜି ଉଠାଇଥିଲେ  । ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିପାରିଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook