Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଲମାନ ଦୋଷୀ ସାବ୍ୟସ୍ତ

    Share on :
    Date: Apr 5, 2018    Views: 701

    ନୂଆଦିଲ୍ଲୀ : କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । ୧୯୯୮ରେ ଏହି ଘଟଣା ଘଟିଥିଲା  । ଏହାର ୨୦ ବର୍ଷ ପରେ ଯୋଧପୁର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ଏହି ମାମଲାର ରାୟ ପ୍ରକାଶ ବେଳେ ସହ ଅଭିଯୁକ୍ତ ସୈଫ ଅଲ୍ଲୀ ଖାନ୍, ସୋନାଲି ବେନେ୍ଦ୍ର, ନୀଲମ ଓ ତବୁ ମଧ୍ୟ ଉପସ୍ଥିତ ଥିଲେ  । ତେବେ ଏହି ସହ ଅଭିଯୁକ୍ତମାନଙ୍କୁ କୋର୍ଟ ନିଦେ୍ର୍ଧାଷ ବୋଲି ରାୟ ଦେଇଛନ୍ତି  । 
    ସୂଚନାଯୋଗ୍ୟଯେ, ୧୯୯୮ ଅକ୍ଟୋବର ୧ ଓ ୨ରେ ସଲମାନ ଖାନ ଯୋଧପୁର ନିକଟସ୍ଥ କଙ୍କଣି ଗାଁରେ କୃଷ୍ଣସାର ମୃଗ ଶିକାର କରିଥିଲେ  । ‘ହମ୍ ସାଥ ସାଥ ହେଁ’ ସୁଟିଂ ଅବସରରେ ଏହି ଘଟଣା ଘଟିଥିଲା  । ତେବେ ଏଘଟଣାରେ ସେ ନିଦେ୍ର୍ଧାଷ ବୋଲି ସଲମାନ ଖାନଙ୍କ ଓକିଲ ଦାବି କରିଥିଲେ  । ପ୍ରାକୃତିକ କାରଣରୁ ଉକ୍ତ କୃଷ୍ଣସାର ମୃଗର ମୃତୁ୍ୟ ହୋଇଥିବାବେଳେ ତାଙ୍କୁ ଦୋଷୀ ସଜାଯାଉଛି ବୋଲି କହିଥିଲେ  । ଆଇପିସିର ଧାରା ୧୪୯ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଧାରା ୫୧ ଅନୁଯାୟୀ ସଲମାନଙ୍କ ନାମରେ ଚାର୍ଜ ଫ୍ରେମ ହୋଇଥିଲା  । ଏହି ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି  । ତେବେ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ କେତେବର୍ଷ ଦଣ୍ଡ ବିଧାନ କରାଯିବ ସେନେଇ ଘୋଷଣା କରିନାହାନ୍ତି  । ଆଉ କିଛି ଘଂଟା ପରେ ଏନେଇ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook