Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ବାହାରୁ ଦେଖିଲେ ଭିତର ଭଣ୍ଡାର’

    Share on :
    Date: Apr 4, 2018    Views: 683

    ଭୁବନେଶ୍ୱର : ବାହାର ଭଣ୍ଡାର ଯାଂଚ ହୋଇଛି  । ହେଲେ ଭିତର ଭଣ୍ଡାର ଯାଂଚ ହୋଇପାରିଲାନି  । ଏମିତି ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା  । ବାହାର ଭଣ୍ଡାର ଘରୁ ଭିତର ଭଣ୍ଡାର ଘରର ଚଟାଣ, ଛାତ ଓ କାନ୍ଥ ସମ୍ପୂର୍ଣ୍ଣ ଭାବେ ଦେଖି ହେଉଥିଲା  । ବାହାର ଭଣ୍ଡାର ଘର ଭିତରେ ଥିବା ଜାଲିରେ ସେ ଓ ଅନ୍ୟ କୋର ଟିମ୍ ସଦସ୍ୟମାନେ ଭିତର ଭଣ୍ଡାରକୁ ଅନୁଧ୍ୟାନ କରିଥିଲେ  । ଏଏସଆଇ ପ୍ରତିନିଧି ଓ ଇଂଜିନିୟରମାନେ ମଧ୍ୟ ସ୍ପଷ୍ଟ ଭାବେ ଅନୁଧ୍ୟାନ କରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି  ।

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେଯେ, ଦିନ ପ୍ରାୟ ୨ଟା ୨୫ରୁ ୨ଟା ୩୦ରେ କୋର ଟିମ୍ ସଦସ୍ୟମାନେ ବାହାର ଭଣ୍ଡାର ଘର ଭିତରେ ପ୍ରବେଶ କରିଥିଲେ  । ଗଜପତି ମହାରାଜାଙ୍କ ପ୍ରତିନିଧି, ନୀତି ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ତାଲା ଖୋଲି କମିଟି ସଦସ୍ୟମାନେ ଭିତରକୁ ଯାଇଥିଲେ  । ଭିତର ଭଣ୍ଡାରରେ ପ୍ରବଳ ଅଳନ୍ଧୁ ଲାଗିଥିଲା  । ଫଳରେ ବାହାରୁ ଝାଡ଼ୁ ମାଗି କମିଟି ସଦସ୍ୟମାନେ ତାହାକୁ ପରିଷ୍କାର କରାଯାଇଥିଲା  । ପରେ କାନ୍ଥ, ଛାତ ଓ ଚଟାଣକୁ ଅନୁଧ୍ୟାନ କରାଯାଇଥିଲା  । କାନ୍ଥ ଟିକେ ଓଦାଳିଆ ଥିବା ଦେଖିବାକୁ ମିଳିଥିଲା  । ବାହାର ଭଣ୍ଡାର ପରେ ଭିତର ଭଣ୍ଡାରର ଯାଂଚ ହୋଇଥିଲା  । ବାହାର ଭଣ୍ଡାର ଘରେ ଥିବା ଜାଲିରେ ଭିତର ଭଣ୍ଡାରର ସ୍ଥିତି ଦେଖି ହେଉଥିଲା  । ସର୍ଚ୍ଚ ଲାଇଟ୍ରେ ଭିତର ଭଣ୍ଡାରର କାନ୍ଥ, ଚଟାଣ ଓ ଛାତ ସ୍ପଷ୍ଟ ଭାବେ ଦେଖି ହେଉଥିବାରୁ କୋର ଟିମ୍ ସଦସ୍ୟମାନେ ଭିତର ଭଣ୍ଡାର ଖୋଲି ଭିତରକୁ ଯିବାର ଆବଶ୍ୟକତା ଅନୁଭବ କରିନଥିଲେ  । ଏଏସଆଇ ପ୍ରତିନିଧି, ଇଂଜନିୟରମାନେ ଯାଂଚ କରିଥିଲେ  । କମିଟି ପ୍ରାରମ୍ଭିକ ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି  । ପରେ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook