Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଜି.ସି ମିତ୍ର ଆହତ

    Share on :
    Date: Apr 4, 2018    Views: 3183

    ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନୁଧ୍ୟାନ କାର୍ଯ୍ୟ ଶେଷ ହୋଇଯାଇଛି । ଗାମୁଛା ପିନ୍ଧି କୋରକମିଟି ସଦସ୍ୟମାନେ ରତ୍ନ ଭଣ୍ଡାରକୁ ଯାଇଥିଲେ । ତେବେ ରତ୍ନଭଣ୍ଡାରକୁ ପ୍ରବେଶ ବେଳେ କୋର କମିଟି ସଦସ୍ୟ ଜି.ସି ମିତ୍ର ଆହତ ହୋଇଥିବା ଜାଣିବାକୁ ମିଳିଛି । ରତ୍ନଭଣ୍ଡାରରେ ଝୁଂଟିପଡ଼ିବାରୁ ସେ ଆହତ ହୋଇଛନ୍ତି । ଶ୍ରୀମନ୍ଦିରରେ ଥିବା ମେଡିକାଲ ଟିମ୍ ତାଙ୍କର ପ୍ରାଥମିକ ଚିକିତ୍ସା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏଏସଆଇ ସଦସ୍ୟମାନେ ଭିତର ଭଣ୍ଡାରର କାନ୍ଥ, ଛାତ ଓ ଚଟାଣ ଯାଂଚ କରିଛନ୍ତି । ଯାଂଚକାର୍ଯ୍ୟ ସରିବା ପରେ କୋର କମିଟି ସଦସ୍ୟମାନଙ୍କୁ ଜଣ ଜଣ କରି ପୁନଃ ଚେକିଂ କରାଯାଇଥିଲା । ଚେକିଂ ପରେ ସେମାନେ ମନ୍ଦିର ବାହାରକୁ ଆସିଥିଲେ । ତେବେ ଗଣମାଧ୍ୟମରେ ସେମାନେ କିଛି କହିବେ ନାହିଁ ବୋଲି ପୂର୍ବରୁ ନିଦେ୍ର୍ଧଶ ରହିଥିବାରୁ ଗଣମାଧ୍ୟମରେ କିଛି ନକହି ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦାଖଲ କରିଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook