Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ହେଉଛନ୍ତି ବିକାଶ ପୁରୁଷ : ଚନ୍ଦ୍ରଶେଖର

    Share on :
    Date: Apr 4, 2018    Views: 1845

    ଭୁବନେଶ୍ୱର : କଂଗ୍ରେସର ହାତ ଛାଡ଼ି ବିଜେଡ଼ିରେ ଶଙ୍ଖ ଫୁଙ୍କିଥିବା ଚନ୍ଦ୍ରଶେଖର ସାହୁଙ୍କ ମନ ଖୁସିରେ କୁରୁଳି ଉଠିଛି  । ନବୀନଙ୍କ ପ୍ରଶସ୍ତିଗାନର ପ୍ରଥମ ସୁଯୋଗକୁ ସେ ଜମା ହାତଛଡ଼ା କରିନାହାନ୍ତି  । ନବୀନ ହେଉଛନ୍ତି ବିକାଶ ପୁରୁଷ  । ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ  । ତାଙ୍କ ନେତୃତ୍ୱରେ ସେ ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ କରିବେ ବୋଲି ଚନ୍ଦ୍ରଶେଖର କହିଛନ୍ତି  । 

    ଚନ୍ଦ୍ରଶେଖର କହିଲେଯେ, ସେ ଦୀର୍ଘ ଚାଳିଶ ବର୍ଷ ଧରି କଂଗ୍ରେସରେ ଥିଲେ  । ନବୀନବାବୁଙ୍କ ସ୍ନେହ, ଶ୍ରଦ୍ଧା ଆଶୀର୍ବାଦ ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି  । ତାଙ୍କର ହଜାର ହଜାର ସମର୍ଥକ ଓ ସହକର୍ମୀ ମଧ୍ୟ ବିଜେଡ଼ିରେ ସାମିଲ୍ ହୋଇଛନ୍ତି  । ସେ କହିଲେଯେ, ପ୍ରଥମେ ମାଟି, ପରେ ପାର୍ଟି  । ସେ ସବୁବେଳେ ମାଟି ପାଇଁ ଲଢେ଼ଇ କରି ଆସିଛନ୍ତି  । ୧୯୯୨ରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ବ୍ରହ୍ମପୁର ମୁନିସପାଲଟିର ଚେୟାରମ୍ୟାନ ଥିଲେ  । ସେତେବେଳେ ବିଜୁବାବୁ କହିଥିଲେ ମୁଁ ଏହିଭଳି ଲୋକଙ୍କୁ ଚାହୁଁଛି  । ଆଜି ଏହାର ଅନେକ ବର୍ଷ ପରେ ବିଜୁବାବୁଙ୍କ ସୁପୁତ୍ର ନବୀନ ବାବୁଙ୍କ ନେତୃତ୍ୱରେ ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ  । ନବୀନ ବାବୁ ତାଙ୍କ ଉପରେ ବିଶ୍ୱାସ ରଖି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook