Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା

    Share on :
    Date: Apr 4, 2018    Views: 93

    ଗୋଲ୍ଡକୋଷ୍ଟ; ଅଷ୍ଟ୍ରେଲୀୟ ନଗରୀ ଗୋଲ୍ଡକୋଷ୍ଟରେ ଆଜିଠାରୁ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି । ଏପ୍ରିଲ୍ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୧୯ ଖେଳର ୨୭୫ ଇଭେଂଟ୍ ଅନୁଷ୍ଠିତ ହେବ ।  ଅଳିମ୍ପିକ୍ ପରେ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ଶ୍ରେଷ୍ଠ ବିବିଧ କ୍ରୀଡ଼ା ପ୍ରତିଯୋଗିତା ଭାବେ ଗଣାଯାଇଥାଏ । ଭାରତ ଏହି ପ୍ରତିଯୋଗିତାକୁ ୨୦୧୦ ମସିହାରେ ଆୟୋଜନ କରିଥିଲା । ଗୋଲ୍ଡକୋଷ୍ଟରେ ବୁଧବାର ଭାରତୀୟ ସମୟ ଅପରାହ୍ନ ୨.୩୦ରେ ଏହି ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । ଅଢେଇ ଘଂଟା ଧରି ଉଦ୍ଘାଟନୀ ଉସ୍ôବ ଅନୁଷ୍ଠିତ ହେବ । ଏଥି ପାଇଁ ପ୍ରକଳ୍ପ ଓ କଳା ନିଦେ୍ର୍ଧଶକ ଡେଭିଡ୍ ଜୋଲକ୍ୱେର୍ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । 
    ଗୋଲ୍ଡକୋଷ୍ଟରେ ୧୮ଟି କ୍ରୀଡ଼ା ଓ ୭ଟି ପାରା ବା ଭିନ୍ନକ୍ଷମ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୭୧ଟି ଦେଶର ୭୬୦୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଉଛନ୍ତି । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କଟଲାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହୋଇଥିବା ବେଳେ ୨୦୨୨ କ୍ରୀଡ଼ା ଇଂଲଣ୍ଡର ମାଂଚେଷ୍ଟରରେ ଆୟୋଜନ କରିବାକୁ ଯାଉଛି । କ୍ରୀଡ଼ାବିତଙ୍କ ରହଣି ପାାଇଁ ୧୨୫୨ଟି ଫ୍ଲାଟ ପ୍ରସ୍ତୁତ ହୋଇଛି । ଆୟୋଜକ ଅଷ୍ଟ୍ରେଲିଆର ସର୍ବାଧିକ ୪୭୪ଜଣ କ୍ରୀଡ଼ାବିତ ଏଥିରେ ଭାଗ ନେଇଛନ୍ତ ି । ୨୦୦୬ରେ ଭାରତ ୫୦ଟି, ୨୦୧୦ରେ ୧୦୧ଟି ଓ ୨୦୧୪ରେ ୬୪ଟି ପଦକ ଜିତିଛି । ୨୦୧୪ ରାଜ୍ୟଗୋଷ୍ଠୀରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଂଜ ସହ ମୋଟ ୬୪ଟି ପଦକ ଜିତିଥିଲା । 
    ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଇତିହାସକୁ ଦେଖିଲେ ବି୍ରଟୀଶ ଶାସନାଧୀନ ରାଷ୍ଟ୍ରମାନଙ୍କୁ ନେଇ ଏହି କ୍ରୀଡ଼ା ଆୟୋଜନ ହୋଇଥାଏ । ୧୯୩୦ରେ ଏହି କ୍ରୀଡ଼ା ଆରମ୍ଭ ହୋଇଥିଲା । ସମୟାନୁକ୍ରମେ ଏହି କ୍ରୀଡ଼ାର ନାମ ପରିବର୍ତନ ହୋଇଛି । ୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଏହାର ନାମ ଥିଲାା ବି୍ରଟୀଶ ଏମ୍ପୟାର ଗେମସ୍ ଓ ୧୯୫୪ରୁ ୧୯୬୬ ପର୍ଯ୍ୟନ୍ତ ଏହାର ବ୍ରିଟୀଶ ଏମ୍ପାୟାର କମନୱେଲଥ ଗେମସ ନାମରେ ଏବଂ ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ବ୍ରିଟୀଶ କମନୱେଲଥ ଗେମସ ଏବଂ ୧୯୭୮ରୁ ଏହା କମନୱେଲଥ ଗେମସ ବା ରାଜ୍ୟଗୋଷ୍ଠୀ କୀଡ଼ା ନାମରେ ନାମିତ କରାଯାଇଛି । କାନାଡ଼ାର ହାମିଲଟନରେ ପ୍ରଥମଥର ପାଇଁ ୧୯୩୦ ମସିହାରେ ଏହା ଆୟୋଜିତ ହୋଇଥିଲା । ମୋଟ ୫୩ଟି ରାଜ୍ୟଗୋଷ୍ଠୀ ଦେଶ ଥିଲେ ହେଁ ୭୧ଟି ଦେଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥାନ୍ତି । ଆଜିପର୍ଯ୍ୟନ୍ତ ମୋଟ ୯ଟି ଦେଶରେ ଏହି କ୍ରୀଡ଼ା ଆୟୋଜନ ହୋଇଛି । ଅଷ୍ଟ୍ରେଲିଆ ଓ କାନାଡ଼ା ସର୍ବାଧିକ ୪ଥର ଲେଖାଏଁ ଏହି କ୍ରୀଡ଼ା ଆୟୋଜନ କରିଛନ୍ତି । ୫ମଥର ପାଇଁ ଅଷ୍ଟ୍ରେଲିଆା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି । ମୋଟ ୨୦ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଧ୍ୟରୁ ଅଷ୍ଟ୍ରେଲିଆ ସର୍ବାଧିକ ୧୨ଟିି କ୍ରୀଡ଼ାରେ ପଅ୍ରଥମ ହୋଇଥିବା ବେଳେ ଇଂଲଣ୍ଡ ୭ଟିରେ ଓ କାନାଡ଼ା ଗୋଟିଏ କୀଡ଼ାରେ ପ୍ରଥମ ସ୍ଥାନରେ ରହିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook