Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରତ୍ନଭଣ୍ଡାର ଯାଂଚ ପ୍ରକି୍ରୟା ଆରମ୍ଭ

    Share on :
    Date: Apr 4, 2018    Views: 475

    ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବାକୁ ଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଅପରାହ୍ନ ସାଢେ଼ ୧ଟାରେ ରତ୍ନଭଣ୍ଡାର ଯାଂଚ ପାଇଁ ଗଠିତ ୧୭ଜଣିଆ କମିଟି ସଦସ୍ୟ ପ୍ରବେଶ କରିବା ଆରମ୍ଭ କରିଥିଲେ । ରତ୍ନ ଭଣ୍ଡାର ଖୋଲିବା ପାଇଁ ନିଯୁକ୍ତ ଅଧିକାରୀ, ବିଶେଷଜ୍ଞ ଓ ଅନ୍ୟ ସହଯୋଗୀ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍ପି ଭଣ୍ଡାର ଖୋଲିବା ପ୍ରକି୍ରୟା ଉପରେ ଅବଗତ କରାଇଥିଲେ । ମନ୍ଦିର ପକ୍ଷରୁ ସମସ୍ତଙ୍କୁ ପିନ୍ଧା ଗାମୁଛା ପ୍ରଦାନ କରାଯାଇଥିଲା । ଜୟବିଜୟ ଦ୍ୱାର ଓ କଳହାଟ ଦ୍ୱାରରେ ଜେଟିପି ଓ ଜଣେ ଲେଖାଏଁ ଦ୍ୱାରଘର ପ୍ରତିହାରୀ ଉପସ୍ଥିତ ଥିଲେ । ୧୭ ଜଣିଆ କମିଟି ସଦସ୍ୟଙ୍କୁ ରତ୍ନ ଭଣ୍ଡାର ଭିତରକୁ ଯିବା ପୂର୍ବରୁ ଶପଥ ପାଠ କରିଥିଲେ । ତେବେ ଏସ୍ପି ଗାମୁଛା ପିନ୍ଧିନଥିବାରୁ ଭଣ୍ଡାରଘରକୁ ପ୍ରବେଶ କରିନାହାନ୍ତି । ୧୬ଜଣିଆ ଟିମ୍ ରତ୍ନ ଭଣ୍ଡାରକୁ ପ୍ରବେଶ କରିଛନ୍ତି । ଏହି ୧୬ଜଣ ପ୍ରତିନିଧି ହେଲେ ପ୍ରତ୍ନତତ୍ୱବିତ୍ ତପନ କୁମାର ଭଟ୍ଟାଚାର୍ଯ୍ୟ, ଚିତରଂଜନ ଦାସ, ଏଚ୍.ଏ. ନାୟକ, କୋର କମିଟି ସଦସ୍ୟ ଏନ୍ସି ପାଲ, ଜିସି ମିତ୍ର, ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି, ଭଣ୍ଡାର ମେକାପ ଗଣେଶ ମେପାକ, ଛତିଶାନିଯୋଗ ମହାନାୟକ ଜନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର, ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ହାଇକୋର୍ଟଙ୍କ ପ୍ରତିନିଧି ଆମିକସକୁ୍ୟରି ଏନ.କେ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ,  ରତ୍ନଭଣ୍ଡାର ସବକମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆାଡ଼ି, ନୀତି ପ୍ରଶାସକ ପ୍ରଦୀପ ଦାଶ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ଓ ତଢ଼ଉ କରଣ ହିଂମାଶୁ ପଟ୍ଟନାୟକ ।ଜଗମୋହନ ବାହାର ଭଣ୍ଡାରଘର ଦେଇ କମିଟି ସଦସ୍ୟମାନେ ରତ୍ନଭଣ୍ଡାରକୁ ପ୍ରବେଶ ଆରମ୍ଭ କରିଥିଲେ । ମେଟାଲ ଡିଟେକ୍ଟର ମାଧ୍ୟମରେ ସେମାନଙ୍କୁ ଯାଂଚ କରାଯାଇଥିଲା । ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ମହାନାୟକ, ଦେଉଳ କରଣ, ତଢ଼ଉ କରଣ, ଭଣ୍ଡାରମେକାପ, ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ହେମସାଗର ଅଭୟ ନାୟକ, ଚିତରଂଜନ ଦାଶ ଓ ତପନ ଭଟ୍ଟାଚାର୍ଯ୍ୟ, କୋର କମିଟି ସଭ୍ୟ ପ୍ରଫେସର ଜି.ସି. ମିତ୍ର ଏବଂ ଏନ. ସି ପାଲ ହାଇକୋର୍ଟଙ୍କ ପକ୍ଷରୁ ଏନ ସି ମହାନ୍ତିଙ୍କ ସମେତ କେତେକ ସେବାୟତ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ । ଛାତ, କାନ୍ଥ ଏବଂ ଚଟାଣ ଯାଂଚ ପରେ କମିଟିର ସଭ୍ୟମାନେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିବେ । କୌଣସି ସଭ୍ୟ ଯେପରି ରତ୍ନବାକ୍ସ ବା ଅଳଙ୍କାର ସ୍ପର୍ଶ ନକରନ୍ତି ସେଥିପ୍ରତି ଭଣ୍ଡାର ମେକାପ ତୀକ୍ଷଣ ନଜର ରଖିଥିଲେ ।  କମିଟି ସଦସ୍ୟମାନେ ପିନ୍ଧିଥିବା ମୁଦି, ଚେନ, ବ୍ରେସଲେଟ ବାହାର କରି ପ୍ରଶାସନ ପାଖରେ ଜମା ଦେଇଥିଲେ । ଏଥିପାଇଁ ସାଢେ଼ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା । ମନ୍ଦିର ଭିତର ଓ ବାହାରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍ନେକ ହେଲପଲାଇନର ୪ଜଣ ସଦସ୍ୟଙ୍କ ସମେତ ଦମକଳ ବାହିନୀ ମଧ୍ୟ ପ୍ରସ୍ତୁତ ରହିଥିଲା । ରତ୍ନଭଣ୍ଡାର ଯାଂଚ ପାଇଁ ଜଗମୋହନ ମରାମତି କାର୍ଯ୍ୟ ମଧ୍ୟ ସ୍ଥଗିତ ରଖାଯାଇଥିଲା । 

    Maximum 500 characters

    ତାଜା ଖବର View all

    Find Us on Facebook