Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଶ୍ରମିକମାନେ ବିକାଶର ଆଧାର : ମୁଖ୍ୟମନ୍ତ୍ରୀ

    Share on :
    Date: Apr 3, 2018    Views: 71

    ଭୁବନେଶ୍ୱର : ଶ୍ରମିକମାନେ ହେଉଛନ୍ତି ବିକାଶର ଆଧାର  । ଓଡ଼ିଶା ବିକାଶରେ ରହିଛି ଶ୍ରମିକମାନଙ୍କର ତ୍ୟାଗ  । ବିଜୁ ଏକ୍ସପ୍ରେସ ୱେ ହେଉ ବା ନୂତନ ମେଡ଼ିକାଲ କଲେଜର ନିର୍ମାଣ ଅବା ମଧୁସୂଦନ ସେତୁର ନିର୍ମାଣ ସବୁ ପ୍ରକଳ୍ପରେ ରହିଛି ଶ୍ରମିକମାନଙ୍କ କଠିନ ପରିଶ୍ରମ  । ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ନିର୍ମାଣ ଶ୍ରମିକ ସେବା ସପ୍ତାହର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି  ।
    ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶ୍ରମିକମାନଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ  । ବର୍ତମାନ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ ୧୧ ଲକ୍ଷରୁ ଅଧିକ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ପ୍ରାୟ ୮୦୦ କୋଟିର ସହାୟତା ଦିଆଯାଇଛି  । ୮ ହଜାର ପରିବାରକୁ ଘର ମଧ୍ୟ ଯୋଗାଇ ଦିଆଯାଇଛି  । ଅଧିକରୁ ଅଧିକ ଶ୍ରମିକ ଯେପରି ସୁବିଧାରେ ଘର ପାଇପାରିବେ ସେଥିପାଇଁ ବିଭିନ୍ନ ଯୋଗ୍ୟତା ନିୟମାବଳୀକୁ କୋହଳ କରାଯାଇଛି  ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ସୁବିଧା ପାଇଁ ଦୁଇଟି ପୋର୍ଟାଲର ଉନ୍ମୋଚନ କରିଥିଲେ  । ଏହି ପୋର୍ଟାଲ  ଦୁଇଟି ଦ୍ୱାରା ଶ୍ରମିକମାନେ ନିଜ ଘର ପାଖରେ ସୁବିଧାରେ ପଞ୍ଜୀକରଣ କରିପାରିବେ ଏବଂ ସେମାନଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇବା ପାଇଁ ମଧ୍ୟ ସୁବିଧା ମିଳିପାରିବ  । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ମଧ୍ୟ ବଂଟନ କରିଥିଲେ ଏବଂ ସଚେତନତା ରଥଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  । ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ୭ ହଜାର ଶ୍ରମିକ ଯୋଗ ଦେଇଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook