Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାୟରେ ଅଟଳ ସୁପ୍ରିମକୋର୍ଟ

    Share on :
    Date: Apr 3, 2018    Views: 1324

    ନୂଆଦିଲ୍ଲୀ : ଏସସି ଏସଟି ଆଇନକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟରେ ଅଟଳ ରହିଛନ୍ତି  । ଏସସି ଏସଟି ଆଇନ୍ ସଂକ୍ରାନ୍ତରେ ଦିଆଯାଇଥିବା ରାୟ ଉପରେ ରୋକ୍ ଲାଗିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି  । ତେବେ କେନ୍ଦ୍ର ସରକାର ଦେଇଥିବା ରିଭୁ୍ୟ ପିଟିସନ୍ ଉପରେ ୧୦ ଦିନ ପରେ ଶୁଣାଣୀ କରାଯିବ  । ସମସ୍ତ ଦଳ ଏନେଇ ଲିଖିତ ଭାବେ ସେମାନଙ୍କର ମତାମତ ପ୍ରଦାନ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି  ।

    ସୁପ୍ରିମକୋର୍ଟ କହିଲେଯେ, ନୀରିହଙ୍କ ଉପରେ ଆତଙ୍କ ସୃଷ୍ଟି କରିବା ପାଇଁ ଏସସି ଏସଟି ଆଇନକୁ ବ୍ୟବହାର କରାଯାଇପାରିବ ନାହିଁ  । ଯେଉଁମାନେ ପ୍ରତିବାଦ କରୁଥିଲେ ସେମାନେ ଠିକ୍ ଭାବେ ରାୟକୁ ପଢ଼ିନାହାନ୍ତି  । ସେମାନଙ୍କୁ  ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ବିଭ୍ରାନ୍ତି କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି  । ଏସସି ଏସଟି ଆଇନର କୌଣସି ଧାରା ପରିବର୍ତନ କରିନାହିଁ  । ବରଂ ନୀରିହଙ୍କୁ ଗିରଫରୁ ସୁରକ୍ଷା ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook