Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇପିଏସସ୍ତରରେ ଅଦଳବଦଳ

    Share on :
    Date: Apr 2, 2018    Views: 2017

    ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି  । ଜଗତସିଂହପୁର ଏସପି ଥିବା ଜୟନାରାୟଣ ପଙ୍କଜଙ୍କୁ କେନ୍ଦୁଝର ଏସପି ଭାବେ ବଦଳି କରାଯାଇଛି  । ସେହିପରି କେନ୍ଦୁଝର ଏସପି ଭାବେ କାର୍ଯ୍ୟ କରୁଥିବା ପଣ୍ଡିତ ରାଜେଶ ଉତମରାଓଙ୍କୁ କ୍ରାଇମବ୍ରାଂଚ ସିଆଇଡ଼ି ଏସପି ଭାବେ ଅବସ୍ଥାପିତ କରାଯାଇଛି  । ଅପରପକ୍ଷରେ କ୍ରାଇମବ୍ରାଂଚ ସିଆଇଡ଼ି ଏସପି ନୀତି ଶେଖରଙ୍କୁ କେନ୍ଦ୍ରାପଡ଼ା ଏସପି ଭାବେ ବଦଳି କରାଯାଇଥିବାବେଳେ ଝାରସୁଗୁଡ଼ା ଏସପି ପ୍ରକାଶଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି  । ଏହାଛଡ଼ା ବରିଷ୍ଠ ଓପିଏସ ଗଗନ ବିହାରୀ କରଙ୍କୁ ପିଟିଆଇର ଭାରପ୍ରାପ୍ତ ଏସପି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ଭିଜିଲାନ୍ସ ଏଆଇଜି ଥିବା ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଝାରସୁଗୁଡ଼ାର ଭାରପ୍ରାପ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ସୁଧିର କୁମାର ବେହେରାଙ୍କୁ ପିଏମଟି କଟକର ଭାରପ୍ରାପ୍ତ ଏସପି ଭାବେ ଦାୟିତ୍ୱ ଦିଆଯାଇଛି  । ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook