Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତ ବନ୍ଦ ବେଳେ ଜାଳିଲେ, ଭାଙ୍ଗିଲେ

    Share on :
    Date: Apr 2, 2018    Views: 99

    ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧୀ ଆଇନରେ ସଂଶୋଧନକୁ ନେଇ ସାରା ଭାରତର ଦଳିତ  ଏକଜୁଟ୍ ହୋଇଛନ୍ତି  । ଆଜି ସାରା ଭାରତରେ ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି  । ବିକ୍ଷୋଭକାରୀମାନେ ଜାଳିଛନ୍ତି, ଭାଙ୍ଗିଛନ୍ତି  । ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାରେ ସାରା ଭାରତରେ ୭ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଥିବା ଜାଣିବାକୁ ମିଳିଛି  । ମଧ୍ୟପ୍ରଦେଶରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଉତରପ୍ରଦେଶ ଓ ରାଜସ୍ଥାନରେ ଜଣେ ଜଣେ ବ୍ୟକ୍ତି ମୃତୁ୍ୟ ବରଣ କରିଛନ୍ତି  । ଅପରପକ୍ଷରେ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିବା ସହ ସୁପ୍ରିମକୋର୍ଟରେ ରିଭୁ୍ୟ ପିଟିସନ ଦାଏର କରାଯାଇଛି  । ସୂଚନାଯୋଗ୍ୟଯେ, କୌଣସି ବ୍ୟକ୍ତିଙ୍କ ନାମରେ ଏସସିଏସଟି ଅତ୍ୟାଚାର ନିରୋଧୀ ଆଇନ୍ ଅନୁଯାୟୀ ଅଭିଯୋଗ ଆସିଲେ ତୁରନ୍ତ ଗିରଫ କରିବାର ବ୍ୟବସ୍ଥା ରହିଥିଲା  । କିନ୍ତୁ ନିକଟରେ ସୁପ୍ରିମକୋର୍ଟ ଏହି ଆଇନକୁ କୋହଳ କରିବା ସହ ସଙ୍ଗେସଙ୍ଗେ ଗିରଫ କରାଯାଇପାରିବ ନାହିଁ ବୋଲି କହିଥିଲେ  । 

    ବନ୍ଦର ହିଂସାତ୍ମକ ପ୍ରଭାବ ବିଶେଷକରି ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଥିଲା  । ଏପରିକି ମଧ୍ୟପ୍ରଦେଶର କେତେକ ଅଂଚଳେରେ କର୍ଫୁ୍ୟ ମଧ୍ୟ ଜାରି ହୋଇଥିଲା  । ଦେଶର କେତେକ ସ୍ଥାନରେ ବିକ୍ଷୋଭକାରୀମାନେ ବ୍ୟାପକ ଜଳାପୋଡ଼ା କରିବା ସହ ଦୋକାନ ବଜାର ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ  । ସେହିପରି ଟ୍ରେନ ଲାଇନ୍ ମଧ୍ୟ କାଢ଼ି ନେଇଥିବା ଦେଖିବାକୁ ମିଳିଥିଲା  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook