Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ମୋଦି ଶିଖାଉଛନ୍ତି ‘ବୃକ୍ଷାସନ’

    Share on :
    Date: Apr 2, 2018    Views: 167

    ନୂଆଦିଲ୍ଲୀ : ଆସନ୍ତା ୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ  । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲି ନିଜେ ଯୋଗାଭ୍ୟାସ କରୁନାହାନ୍ତି ବରଂ ଯୋଗ ମଧ୍ୟ ଶିଖାଉଛନ୍ତି  । ପୂର୍ବରୁ ମୋଦି ତ୍ରିକୋଣାସନ ଓ ତାଡାସନ ଶିଖାଇଥିବାବେଳେ ଏବେ ବୃକ୍ଷାସନ ଶିଖାଉଛନ୍ତି  । ତେବେ ରାମଦେବ ବାବାଙ୍କ ଭଳି ଟେଲିଭିଜନ ପରଦା କି ଯୋଗ ଶିବିରରେ ନୁହେଁ ୩ଡ଼ି ଜରିଆରେ ମୋଦି କୋଟି କୋଟି ଭାରତୀୟଙ୍କୁ ଯୋଗ ଶିକ୍ଷାଦାନ କରୁଛନ୍ତି  । ଟ୍ୱିଟ୍ ଓ ଫେସବୁକ୍ ପେଜ ସହ ଦଳୀୟ ୱେବସାଇଟ୍ରେ ପ୍ରଧାନମନ୍ତ୍ରୀ ନିଜର ୩ଡ଼ି ଯୋଗ ଭିଡ଼ିଓକୁ ସେୟାର କରିଛନ୍ତି  । 

    ମୋଦିଙ୍କ ଉଦ୍ୟମରେ ସାରା ବିଶ୍ୱରେ ଯୋଗ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବାବେଳେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି  । ଫଳରେ ସାରା ବିଶ୍ୱରେ ଯୋଗର ବ୍ୟାପକ ପ୍ରଚାର ପ୍ରସାର ଘଟୁଛି  । ସେହିପରି ଭାରତରେ ମଧ୍ୟ ଯୋଗର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook