Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକରେ ଜୋର ଧରିଛି ମଠ ରାଜନୀତି

    Share on :
    Date: Apr 2, 2018    Views: 501

    ବେଙ୍ଗାଲୁର : କର୍ଣ୍ଣାଟକରେ ଜୋର ଧରିଛି ମଠ ରାଜନୀତି  । ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଠରେ ଏବେ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଜେଡ଼ିଏସ ନେତାଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି  । ମଠଗୁଡ଼ିକ ଆଧ୍ୟାତ୍ମିକ କେନ୍ଦ୍ର ହୋଇଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ମଧ୍ୟ ସେମାନଙ୍କର ବେଶ୍ ପ୍ରଭାବ ରହିଛି  । ଯେଉଁଥିପାଇଁ ଅମିତ୍ ଶାହା, ରାହୁଲ ଗାନ୍ଧୀ ଓ ଏଚଡ଼ି ଦେବେଗୌଡ଼ା ବିଭିନ୍ନ ମଠ ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି  ।

    କର୍ଣ୍ଣାଟକର ୩୦ ଜିଲ୍ଲାରେ ପ୍ରାୟ ୬୦୦ ମଠ ରହିଛି  । ତେବେ ଲିଙ୍ଗାୟତ ସମ୍ପ୍ରଦାୟ ମୋଟ୍ ଜନସଂଖ୍ୟାର ୨୦% ହୋଇଥିବାବେଳେ ଏହାର ୪୦୦ ମଠ ରହିଛି  । ଏହି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରପ୍ପା  । ତେବେ ଲିଙ୍ଗାୟତ ସମ୍ପ୍ରଦାୟର ଲୋକମାନେ ସ୍ୱତନ୍ତ୍ର ଧର୍ମର ମାନ୍ୟତା ପାଇବା ପାଇଁ ଦାବି କରୁଥିବାବେଳେ ସିଦ୍ଧାରମେୟା ସରକାର ଲିଙ୍ଗାୟତ କାଡର଼୍ ଖେଳିଛନ୍ତି  । ଏହି ଧର୍ମକୁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦେବା ପାଇଁ କଂଗ୍ରେସ ସରକାର ପ୍ରତିଶ୍ରୁତି ଦେଇଛନ୍ତି  । ରାଜ୍ୟର ୧୦୦ ଆସନରେ ଏହି ସମ୍ପ୍ରଦାୟର ଭୋଟ୍ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି  । ତେଣୁ ଅମିତ୍ ଶାହା ଓ ୟେଦୁରପ୍ପା ଏବେ ଲିଙ୍ଗାୟତ ସମ୍ପ୍ରଦାୟର ସମର୍ଥନ ହାସଲ ପାଇଁ ଯଥାସାଧ୍ୟ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି  ।

    ଅପରପକ୍ଷରେ ମୋଟ୍ ଜନସଂଖ୍ୟାର ୧୨% ୱାକାଲିଗା ସମ୍ପ୍ରଦାୟର ହୋଇଥିବାବେଳେ ଏହି ସମ୍ପ୍ରଦାୟର ଟାଣୁଆ ନେତା ହେଉଛନ୍ତି ଏଚଡ଼ି ଦେବେଗୌଡ଼ା  । ତେବେ ଖାଲି ଦେବେଗୌଡ଼ା ନୁହଁନ୍ତି ଉଭୟ ରାହୁଲ ଓ ଶାହା ମଧ୍ୟ ଏହି ସମ୍ପ୍ରଦାୟର ସବୁଠୁ ବଡ଼ ମଠ ଚୁନଚୁନଗିର ମଠ ଉପରେ ଗୁରୁତ୍ୱାରୋପ କରୁଛନ୍ତି  । ଏହି ସମ୍ପ୍ରଦାୟର ପ୍ରାୟ ୧୫୦ ମଠ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରେ ରହିଛି  ।
    ଅପରପକ୍ଷରେ କୁରୁବା ସମ୍ପ୍ରଦାୟ ମୋଟ୍ ଜନସଂଖ୍ୟାର ୮% ହୋଇଥିବାବେଳେ ରାଜ୍ୟରେ ପ୍ରାୟ ୮୦ଟି ମଠ ରହିଛି  । ଏହି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା  । ଏହି ସମ୍ପ୍ରଦାୟର ପ୍ରମୁଖ ମଠ ଦାବଣଗେରର ଶ୍ରୀଗୈରରେ ଥିବାବେଳେ ତିନି ଦଳ କୌଣସି ସୁଯୋଗ ବି ହାତଛଡ଼ା କରୁନାହାନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook