Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜିଏସଟି ଅଧିନକୁ ଆସୁ ପେଟ୍ରୋଲ ଓ ଡିଜେଲ : ଧର୍ମେନ୍ଦ୍ର

    Share on :
    Date: Apr 2, 2018    Views: 925

    ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧିନକୁ ଆସିବା ଦରକାର  । ଯାହାଫଳରେ ସାରା ଭାରତର ଲୋକେ ସମାନ ଦରରେ ପେଟ୍ରୋଲ ଓ ଡିଜେଲ ପାଇପାରିବେ  । ଜିଏସଟି କାଉନସିଲ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ନିବେଦନ କରିଛନ୍ତି  ।

    ସମ୍ପ୍ରତି ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ି ଚାଲିଥିବାରୁ ଧର୍ମେନ୍ଦ୍ର ସମାଲୋଚନାର ଶିକାର ହେଉଛନ୍ତି  । ତେବେ ଏବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଟିକସ ଆଦାୟ କରୁଥିବାରୁ ତାହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ୁଛି  । ବିଶେଷକରି ରାଜ୍ୟ ସରକାରମାନେ ଏହାଦ୍ୱାରା ଅଧିକ ଲାଭବାନ ହେଉଛନ୍ତି  । ତେଣୁ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ନକରିବାକୁ ଭାରତର ଅଧିକାଂଶ ରାଜ୍ୟ ପ୍ରସ୍ତାବ ଦେଇଥିଲା  । ଯେଉଁଥିପାଇଁ ଜିଏସଟି ଅଧିନକୁ ପେଟ୍ରୋଲ ଓ ଡିଜେଲ ଆସିପାରିନଥିଲା ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ କହିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook