Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶକୁ ବରବାଦ କରିଦେବେ ମୋଦି : ବିଜେପି ସାଂସଦ

    Share on :
    Date: Mar 29, 2018    Views: 781

    ବେଙ୍ଗାଳୁରୁ : କର୍ଣ୍ଣାଟକ ନିର୍ବାଚନ ବେଳେ ବିଜେପି ନେତାମାନେ ଥରକୁ ଥର ଝୁଣ୍ଟୁଥିବା ଦେଖିବାକୁ ମିଳିଛି। ଯାହାକି କଂଗ୍ରେସକୁ ଚର୍ଚ୍ଚାର ଖୋରାକ ଯୋଗାଇଥିବାବେଳେ ବିଜେପିକୁ ଲଜିତ କରିଛି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସିଦ୍ଧାରମେୟା ସରକାର ବଦଳରେ ନିଜ ଦଳର ୟେଦ୍ଦୁରପ୍ପା ସରକାରକୁ ସବୁଠାରୁ ଦୁର୍ନୀତି ଗ୍ରସ୍ତ ବୋଲି କହିଥିଲେ। ପରେ ସେ ତ୍ରୁଟି ସଂଶୋଧନ କରିଥିଲେ ମଧ୍ୟ କଂଗ୍ରେସ ସେହି ଭିଡିଓକୁ ଭାଇରାଲ କରି ଦେଇଥିଲା। ଆଜି ମଧ୍ୟ ସେମିତି ଏକ ଅକଳିଆ ପରିସ୍ଥିତିର ସାମ୍ନା କରିଛନ୍ତି ଅମିତ ଶାହ। ତାଙ୍କ ହିନ୍ଦୀ ଭାଷଣକୁ କଦର୍ଥ କରି କନ୍ନଡରେ ପରିପ୍ରକାଶ କରିଛନ୍ତି ଜଣେ ବିଜେପି ସାଂସଦ। ଶାହା ସିଦ୍ଧରାମେୟା ସରକାର ଉପରେ ବର୍ଷିଥିଲେ । ସିଦ୍ଧରାମେୟା ସରକାର ରାଜ୍ୟକୁ ବରବାଦ କରିଦେବ ବୋଲି କହିଥିଲେ। ହେଲେ ଶାହଙ୍କ ଭାଷଣର ଭାଷାନ୍ତର କରୁଥିବା ବିଜେପି ସାଂସଦ ଗୁରୁଚଣ୍ଡାଳ ତ୍ରୁଟି କରିଥିଲେ। ଗରିବ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ପାଇଁ ମୋଦି କିଛି ମଧ୍ୟ କରିବେ ନାହିଁ । ଦେଶକୁ ବରବାଦ କରିଦେବେ। ଆପଣ ଆମକୁ ଭୋଟ ଦିଅନ୍ତୁ । ଏଭଳି କଥା ଶୁଣି ଉପସ୍ଥିତ ଜନତା ଓ ନେତା ଆବାକାବା ହୋଇ ଯାଇଥିଲେ। ଯାହାକୁ ଏବେ କଂଗ୍ରେସ କର୍ମୀମାନେ ଭାଇରାଲ କରିବାରେ ଲାଗିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook