Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଦୁର୍ଘଟଣା ରୋକିବ ପ୍ରିୟାଙ୍କ ଆଖିମରା ଫଟୋ

    Share on :
    Date: Mar 28, 2018    Views: 249

    ଦୁର୍ଘଟଣା ରୋକିବାକୁ ପୁଲିସର ନୁଆ  ଉପାୟ । ସେ ପୁଣି ଆଖି ମରାରେ  । ଆପଣମାନେ ଶୁଣିଲେ ଟିକିଏ ମୁରୁକି ହସା ମାରିବେ ପୁଣି ଆଶ୍ଚର୍ଯ୍ୟ ହେବେ । ଏ କି କଥା  ଆଖି ମାରିଦେଲେ ପୁଣି ଦୁର୍ଘଟଣା ରୋକା ଯାଇ ପାରିବ । ହଁ ଆଜ୍ଞା ଏହା ଆପଣଙ୍କୁ ହସ ଲାଗୁଥିଲେ ବି ସତ୍ୟ । ଏମିତି ଏକ ପଦକ୍ଷପ ନେଇଛନ୍ତି । ଗୁଜରାଟର ବଡେ଼ାଦରା ସହର ପୁଲିସ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି । ପୁଲିସ ଦ୍ୱାରା ଏଥିପାଇଁ ନିକଟରେ ଇଂଟରନେଟ୍ ସେନ୍ସେସନ ପାଲଟିଥିବା ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ଆଖିମରା ଫଟୋକୁ ବ୍ୟବହାର କରାଯାଇଛି । ସହରର ବିଭିନ୍ନ ସ୍ଥାନରେ  ପୁଲିସ ଦ୍ୱାରା କେତେକ ବ୍ୟାନର ଲଗାଯାଇଛି; ଯେଉଁଥିରେ ପ୍ରିୟଙ୍କା ଆଖିମରା ଫଟୋ ଥିବାବେଳେ ତା’ ପାଖରେ ଲେଖାଯାଇଛି “ଆକ୍ସିଡେ଼ଂଟ ହାପେନ ଇନ୍ ଦି ୱାଙ୍କ୍ ଅଫ୍ ଆନ୍ ଆଇ, ଡ଼୍ରାଇଭ କେୟାରଫୁଲ, ଉଥଦାଉଟ ଡ଼ିଷ୍ଟ୍ରାକ୍ସନ” । ଟ୍ରାଫିକ୍ ଏକ ସଂସ୍କାର  । ଅର୍ଥାତ୍ ଆଖିରେ ପଲକ ପକାଇବା ପାଇଁ ଯେତିକି ସମୟ ଲାଗେ, ତା’ ଭିତରେ ବି ଦୁର୍ଘଟଣା ଘଟିଯାଇପାରେ । ତେଣୁ ରାସ୍ତାରେ ଗଲାବେଳେ ଧ୍ୟାନ ନହଟାଇ ସାବଧାନତାର ସହ ଗାଡ଼ି ଚଲାନ୍ତୁ । ବଡେ଼ାଦରା ପୁଲିସ ତରଫରୁ ପୂର୍ବରୁ ମଧ୍ୟ ସାଧାରଣ ଲୋକେ; ବିଶେଷକରି ଯୁବବର୍ଗଙ୍କୁ ସଚେତନ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଆସୁଛି । ପୁଲିସ ଦ୍ୱାରା ମହିଳା ମାନଙ୍କୁ ଅନୁସରଣ କରୁଥିବା ଏବଂ ସେମାନଙ୍କ ସହିତ ଅସଦ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଏଭଳି କାଯ୍ୟରୁ ନିବୃତ କରିବା ପାଇଁ ବି କିଛି ମଜାଦାର ବ୍ୟାନର ବିଭିନ୍ନ ସ୍ଥାନରେ ଲଗାଯାଇଛି । ସେଥିରେ ବଲିଉଡ଼ ଚଳଚ୍ଚିତ୍ର ‘ହିସୀନା ମାନ ଜାୟେଗୀ’ର ଏକ ଗୀତର ପଂକ୍ତି ଉଲ୍ଲେଖ କରାଯାଉଛି । ସେଥିରେ ଲେଖାଯାଇଛି ‘କବ୍ ତକ୍ ରୁଠେଗୀ ଚିଖେଗୀ ଚିଲାୟେଗୀ; ଦିଲ କେହତା ହୈ କି ଏକ୍ ଦିନ ହସୀନା ମାନ ଜାୟେଗୀ’ । ହାରାସମେଂଟ  ଏଂଟ/ଅର ଷ୍ଟକିଙ୍ଗ୍ କ୍ୟାନ ମେକ୍ ୟୁ ସରକାରୀ ମେହମାନ । ଅର୍ଥାତ୍, କେବେଯାଏଁ ରାଗିବ, ଚିଲେଇବ, ଚିକôାର କରିବ । ମନ କହୁଛି କି ଦିନେ ନା ଦିନେ ସେ ମୋ କଥାରେ ସମ୍ମତ ଦେବ । ଯଦି କେହି ଏଭଳି ଉପାୟରେ କୌଣସି ମହିଳାଙ୍କୁ ନିର୍ଯାତନା ଦେଉଥାଏ ଅଥବା ଅନୁସରଣ କରୁଥାଏ, ତାହାହେଲେ ସିଏ ଖୁବଶୀଘ୍ର ସରକାରଙ୍କ ଅତିଥି ହେବ, ମାନେ- ଜେଲ୍ରେ ରହିବ । ବଡେ଼ାଦରା ପୁଲିସର ଏକ ପ୍ରକାର ପ୍ରୟାସକୁ ସୋସିଆଲ ମିଡ଼ିଆରେ ଖୁବ୍ ପ୍ରଶଂସା କରାଯାଉଛି ।

    Maximum 500 characters

    ଅଜବ View all

    Find Us on Facebook