Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ୩୦ରେ ବାଗୀ ୨

    Share on :
    Date: Mar 28, 2018    Views: 33

    ଏଇ ୩୦ରେ ସିନେମା ହଲ୍ରେ ଦେଖିବାକୁ ମିଳିବ ଖଚ୍ାଖଚ୍ ଭିଡ଼ କାରଣ ହଲକୁ ଆସୁଛି ଆଉ ଏକ ନୁଆ ସିନେମା ବାଗୀ-୨ । ଏହି ଫିଲ୍ମରେ ଦେଖିବାକୁ ମିଳିବ ନୁଆ ଷ୍ଟାଇଲର  ଆକସନ୍ ଆଉ ଆଖି  ଝଲାସା  ଷ୍ଟଂଟ ଅଛି  । ଏଥିରେ ଟାଇଗର୍ ଶ୍ରଫ୍ଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ବାଗୀ ୨ ଏଇ ମାର୍ଚ୍ଚ ୩୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ପ୍ରଯୋଜକ ସାଜିଦ୍ ନାଡିଆୱାଲାଙ୍କ ନାଡ଼ିଆୱାଲା ଗ୍ରାଣ୍ଡସନସ୍ ଏଟଂର୍ଟେନ୍ମେଟଂ ବ୍ୟାନରରେ ତିଆରି ହୋଇଥିବା ଏ ଫିଲ୍ମର ନିଦେ୍ର୍ଧଶନା ଦେଇଛନ୍ତି ଅହମ୍ମଦ୍ ଖାଁ । ଏ ଫିଲ୍ମ ହେଉଛି ୨୦୧୬ ମସିହାରେ ରିଲିଜ୍ ହୋଇଥିବା ବାଗୀ ର ଦ୍ୱିତୀୟ ଭାଗ ବା ସିକ୍ୱେଲ୍ । 
    ବାଗୀ ୨ ରେ ଟାଇଗରଙ୍କ ନାୟିକା ଭୂମିକାରେ ଅଛନ୍ତି ତାଙ୍କ ସତ ଜୀବନର ଗାର୍ଲଫ୍ରେଣ୍ଡ୍ ଦିଶା ପଟାନି । ଏମାନଙ୍କ ସହ ଆହୁରି ଅଛନ୍ତି ପ୍ରତୀକ ବବର୍, ମନୋଜ ପାଜପୋୟୀ ଓ ରଣଦୀପ୍ ହୁଦା ପ୍ରମୁଖ । ହଟ୍ ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ଏଥିରେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଛନ୍ତି । ତେବେ ବାଗୀ ୨ ର କେନ୍ଦ୍ରରେ ଯେ ଟାଇଗର୍ ଅଛନ୍ତି, ସେଥିରେ କିଛି ସନ୍ଦହ ନାହିଁ । ଏଥିରେ ଆମେ ତାଙ୍କୁ ହି-ମ୍ୟାନ୍ ରୂପରେ ଦେଖିବା ।  ଯାହାକୁ ବଲିଉଡ୍ ଦର୍ଶକମାନେ କେବେ ଦେଖି ନାହାନ୍ତି । ଏଫିଲ୍ମ ପାଇଁ ପ୍ରସ୍ତୁତି କରିବା ଲାଗି ଟାଇଗର୍ ହଂକଂ ଯାଇ ଆକସନ୍ ଡାଇରେକ୍ଟର ଟୋନି ଚିଙ୍ଗ୍୍ଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ଦିଶା ମଧ୍ୟ ଏଫିଲ୍ମ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି । 
    ବାଗୀ ୨ ର କାହାଣୀ ଏକ ସୁପରହିଟ୍ ତେଲୁଗୁ ଫିଲ୍ମ   କ୍ଷଣମ୍ ଦ୍ୱାରା ପ୍ରଭାବିତ । ତେବେ କାହାଣୀକୁ  ଏଥିରେ ଅନେକଟା ପରିବର୍ତନ କରା ଯାଇଛି ଏବଂ ଆକ୍ସନ୍ ଖଞ୍ଜା ଯାଇଛି । କ୍ଷଣମ୍ ରେ ଥିଲା ହଜି ଯାଇଥିବା ଏକ ଶିଶୁର କାହାଣୀ । ଫିଲ୍ମ ନାୟକ ସହିତ ସେ ।ିଶୁର ସଂପର୍କ ହେଉଛି, ନାୟକର ପୂର୍ବତନ ପ୍ରେମିକା ଶିଶୁଟିର ମାଆ । ତା ପିଳାକୁ ଉଦ୍ଧାର କରିବା ଲାଗି ମାଆଟି ନିଜର ପୂର୍ବତନ ପ୍ରେମିକକୁ ପ୍ରାର୍ଥନା କରିଛି .....ଏଇ କାହାଣୀକୁ ସାଜିଦ୍ ବଲିଉଡ୍ ଦର୍ଶକଙ୍କ ଅଭିରୁଚି ଅନୁସାରେ କିଛି କିଛି ବଦଳାଇଛନ୍ତି । ତାର ଫଳ କଣ ହୋଉଛି , ଜାଣିବା ଲାଗି ଆମକୁ ୩୦ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡିବ ।  

    Maximum 500 characters

    କଳା View all

    Find Us on Facebook