Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ଲୋକାୟୁକ୍ତ ପ୍ରସଙ୍ଗରେ ଗୃହ ଅଚଳ

    Share on :
    Date: Mar 28, 2018    Views: 380

    ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ବିଗତ ଦୁଇ ଦିନ ଭଳି ଆଜି ମଧ୍ୟ ଗୃହ ଅଚଳ ହୋଇଯାଇଛି  । ବିରୋଧୀ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ଗୃହରେ ତୁମୁଳ ହଟ୍ଟଗୋଳ କରିବା ସହ ଫ୍ଲେକ୍ସ ପ୍ରଦର୍ଶିତ କରି ନାରାବାଜି କରିଛନ୍ତି  । ବିରୋଧୀଙ୍କ ହାଲାବୋଲ ଯୋଗୁଁ ଗୃହ କାର୍ଯର୍୍ୟ ଚାଲିବା ସମ୍ଭବପର ନହେବାରୁ ବାଚସ୍ପତି ଦୁଇ ଦଫାରେ ଗୃହକାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି  । ଅପରାହ୍ନ ୩ଟାରେ ବାଚସ୍ପତିଙ୍କ ଚାମ୍ବରରେ ସର୍ବଦଳୀୟ ବୈଠକ ଆହୂତ କରାଯାଇଥିବାବେଳେ ବୈଠକରେ ଏହାର ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି  । 

    ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଓ ବିଜେପି ବିଧାୟକମାନେ ଫ୍ଲେକ୍ସ ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ  । ମୁଁ ଚିଟଫଣ୍ଡ, ଖଣି, ପାଣି, ପିସି, ଓଡ଼ିଶା ଖାଇଲି  । ଲୋକାୟୁକ୍ତ ନିଯୁକ୍ତି କରିବି ନାହିଁ  । କ’ଣ କରିବ କର  । ମୁଁ ଦୁର୍ନୀତି ବୋଲି ଫ୍ଲେକ୍ସରେ ଉଲ୍ଲେଖ ରହିଥିଲା  । ବିରୋଧୀ ବିଧାୟକମାନେ ଗୃହରେ ଫ୍ଲେକ୍ସ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ  । ଲୋକାୟୁକ୍ତି ନିଯୁକ୍ତି ଆମର ଦାବି ନାରା ଦେଇ ଉଭୟ ଦଳର ବିଧାୟକମାନେ ହାଲାବୋଲ କରିବାରୁ ଗୃହ କାର୍ଯ୍ୟ ଚାଲିବା ସମ୍ଭବପର ହୋଇପାରିନଥିଲା  । ଫଳରେ ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ବାଚସ୍ପତି ପ୍ରଦୀପ କୁମାର ଅମାତ ବାଧ୍ୟ ହୋଇଥିଲେ  । 

    ୧୧ଟା ୩୦ରେ ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ  । କେତେକ ବିଧାୟକ ସଚିବଙ୍କ ଟେବୁଲ ଉପରେ ଫ୍ଲେକ୍ସ ରଖିଥିବାବେଳେ ଅନ୍ୟ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ନିଟରେ ଫ୍ଲେକ୍ସ ପ୍ରଦର୍ଶିତ କରୁଥିବା ଦେଖିବାକୁ ମିଳିଥିଲା  । 

    ଅପରପକ୍ଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ କହିଥିଲେଯେ, ଆଜି ଗୃହରେ ଗୁରୁତ୍ୱପୂର୍ଣ୍ଣ ମୁଲତବୀ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ  । ବିଧାୟକମାନେ ନିଜ ନିଜ ଆସନକୁ ଫେରିଯାଇ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ  । ତେବେ ପୂର୍ବଭଳି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ  । ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା କରାଯିବ  । ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସଂଜୟ କୁମାର ଦାସବର୍ମା ଓ ମହେଶ ସାହୁଙ୍କୁ ଯୋଗଦେବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ  । ପରେ ଗୃହକୁ ୧୧ଟା ୩୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook