Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ବିଜେଡ଼ି ପରେ କଂଗ୍ରେସ ଟାର୍ଗେଟରେ ‘ଓଟିଭି’

    Share on :
    Date: Mar 28, 2018    Views: 5373

    ଭୁବନେଶ୍ୱର : ବିଜୁ ଜନତା ଦଳ ପରେ ଏବଂ ଓଟିଭିକୁ ଟାର୍ଗେଟ୍ କରିଛି କଂଗ୍ରେସ  । ଯେଉଁ ବିତର୍କକୁ ନେଇ ବିଜେଡ଼ି ‘ଓଟିଭି’ ଉପରେ କ୍ଷୋଭ ପ୍ରକାଶ କରିଥିଲା ସେମିତି ଏକ ବିତର୍କକୁ ନେଇ ‘ଓଟିଭି’ ଉପରେ କଂଗ୍ରେସ କର୍ମୀମାନେ ବର୍ଷିଛନ୍ତି  । ଏପରିକି ସୋସିଆଲ ମିଡ଼ିଆରେ ‘ଓଟିଭି’କୁ ବର୍ଜନ କରିବା ପାଇଁ କଂଗ୍ରେସ କର୍ମୀମାନେ ଆହ୍ୱାନ ଦେଇ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି  ।

    ଗତକାଲି ଓଟିଭିରେ ‘ଛିଡ଼ୁଛି ହାତ !’ ବୋଲି ବିତର୍କ ହୋଇଥିଲା  । ଅବଶ୍ୟ ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କ ଭଳି ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କିବାକୁ ନିଷ୍ପତି ନେଇଥିବାରୁ ଏଭଳି ବିତର୍କ ବାଛିଥିଲା ଓଟିଭି  । ତେବେ ଏହାକୁ କଂଗ୍ରେସର ସୋସିଆଲ ମିଡ଼ିଆ ବାହିନୀ ବହୁ ଗୁରୁତର ସହ ଗ୍ରହଣ କରିଛି  । ସେମାନଙ୍କ ଅଭିଯୋଗ ହେଉଛି, କଂଗ୍ରେସ ଯେଉଁଯେଉଁ ରାଜ୍ୟରେ ନିର୍ବାଚନୀ ସଫଳତା ପାଉଛି, ଯେଉଁଠି ଉପନିର୍ବାଚନରେ ବିଜୟୀ ହେଉଛି ସେତେବେଳେ ଉକ୍ତ ଟିଭିରେ ଖବର ପ୍ରକାଶ ପାଉନାହିଁ  । ହେଲେ କଂଗ୍ରେସ କେଉଁଠି ପଛେଇଲା, କଂଗ୍ରେସରେ ଗୋଷ୍ଠୀକନ୍ଦଳ ଭଳି ଖବରକୁ ଗୁରୁତର ସହ ଗ୍ରହଣ କରି ବ୍ୟାପକ ପ୍ରଚାର କରୁଛି  । ୨୦୧୪ ନିର୍ବାଚନ ବେଳେ ଦଳରେ ଗୋଷ୍ଠୀକନ୍ଦଳ ଥିଲେ ବି କଂଗ୍ରେସର ସ୍ଥିତି ସୁଦୃଢ଼ ରହିଥିଲା  । ତେବେ ଜୟଦେବ ଓ ନିରଂଜନଙ୍କ ମଧ୍ୟରେ ବାଦିପାଲା କରାଇ ଉକ୍ତ ଟିଭି ଖବର ପ୍ରସାରିତ କରିଥିଲା  । କାହିଁକିନା ଏହାଦ୍ୱାରା ବିଜେଡ଼ି ପ୍ରକାରନ୍ତରେ ଫାଇଦା ନେବବୋଲି ଏଭଳି କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି  । ସେହିପରି ୨୦୧୭ ପଂଚାୟତ ନିର୍ବାଚନ ବେଳେ କଂଗ୍ରେସକୁ ସମ୍ପୂର୍ଣ୍ଣ ବୟକଟ କରାଗଲା  । ଲଢେ଼ଇ କେବଳ ବିଜେଡ଼ି ଓ ବିଜେପି ମଧ୍ୟରେ ହେଉଛି ବୋଲି ପ୍ରଚାରିତ କରାଗଲା  । ଯାହାର ପ୍ରଭାବ ତୃଣମୂଳସ୍ତରରେ ପ୍ରଭାବ ପକାଇଥିଲା  । ବିଜେପିକୁ ଫାଇଦା ଦେବା ପାଇଁ ଉକ୍ତ ଟିଭି ସୁଚିନ୍ତିତ ଭାବେ ଏଭଳି ରଣନୀତି ଆପଣାଇଥିଲା ବୋଲି କଂଗ୍ରେସର ସୋସିଆଲ ମିଡ଼ିଆରେ ଜୋରଦାର ପ୍ରଚାର ଚାଲିଛି  । ବିଜେଡ଼ି ଭଳି କଂଗ୍ରେସ ମଧ୍ୟ ଓଟିଭି ଉପରେ ବର୍ଷୁଥିବାବେଳେ ଏହା ବିଜେପିର ପ୍ରଚାର ପାଇଁ ଲାଗିଛି ବୋଲି ଅଭିଯୋଗ କରିଛି । ବିଜେପି କିଭଳି ମଜବୁତ ହେବ ସେହି ପ୍ରୟାସ କରୁଥିବା ନେଇ କଂଗ୍ରେସ କର୍ମୀମାନେ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି  । ଫଳରେ ଆଗାମୀ ଦିନରେ ପୁଣି ବିଜେଡ଼ି ଭଳି କଂଗ୍ରେସଯେ, ଏହି ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ ନକରିବ ତାହାକୁ ଅସ୍ୱୀକାର କରାନଯାଇପାରେ  ।

    କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତିଯେ, ୨୦୧୪ରୁ ଆମେ ଏହା ଦେଖିବାକୁ ପାଉଛୁ  । କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କଲେ ତାହାର ଲାଇଭ୍ କରାଯାଉନାହିଁ  । ବରଂ ବିଜେପିର ଛୋଟକାଟର ନେତା ଅପ୍ରାସଙ୍ଗିକ ସାମ୍ବାଦିକ ସମ୍ମିଳନୀ କଲେ ମଧ୍ୟ ତାଙ୍କର ଲାଇଭ ହେଉଛି  । ବିଜେପୁର ଉପନିର୍ବାଚନବେଳେ ମଧ୍ୟ ଏଭଳି ଦେଖିବାକୁ ମିଳିଛି  । ଯଦି ବିଜେଡ଼ି ଓଟିଭି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିନଥା’ନ୍ତା ତେବେ ଲୋକ ଦେଖାଣିଆ ଭାବେ କଂଗ୍ରେସର ପ୍ରଚାର ଖବର ଟିକିଏ ବି ପ୍ରସାରିତ ହୋଇନଥା’ନ୍ତା ବୋଲି ସେ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook