Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ୫ରେ ଆସିବେ ଶାହା, ବିଜେପି ଗଦେଇବ ୫୦ ହଜାର

    Share on :
    Date: Mar 28, 2018    Views: 2319

    ଭୁବନେଶ୍ୱର : ଆସନ୍ତା ଅପ୍ରେଲ ୫ରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା  । ବଲାଙ୍ଗୀରରେ ହେବାକୁ ଥିବା ଯୁବ ସମାବେଶରେ ଅମିତ ଶାହା ଯୁବକମାନଙ୍କୁ ୨୦୧୯ ପାଇଁ ବିଜୟ ମନ୍ତ୍ର ଦେବେ  । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି  । ବିଶେଷକରି ପଶ୍ଚିମ ଓଡ଼ିଶାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ପ୍ରାୟ ୫୦ ହଜାର ଯୁବକଙ୍କୁ ଏକାଠି କରିବା ପାଇଁ ବିଜେପି ଲକ୍ଷ୍ୟ ରଖିଛି  । 

    ପଶ୍ଚିମ ଓଡ଼ିଶାରେ ବିଜେପିର ସଂଗଠନ ଅପେକ୍ଷାକୃତ ଭାବେ ସୁଦୃଢ଼ ରହିଛି  । ଗତ ୨୦୧୪ ନିର୍ବାଚନରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଆଦି ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀମାନେ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେ  । ୨୦୧୯ରେ ଏହି ସବୁ ଆସନକୁ ବିଜେପି ଖାଳେଇରେ ଭର୍ତି କରିବା ପାଇଁ ବିଜେପି ଯୋଜନା କରିଛି  । ସାଧାରଣ ନିର୍ବାଚନ ପାଖେଇ ଆସିଥିବାରୁ ଏହି ଯୁବ ସମାବେଶରୁ ହିଁ ବିଜେପି ନିର୍ବାଚନୀ ପ୍ରଚାର ଆରମ୍ଭ କରିବ ବୋଲି ଚର୍ଚ୍ଚା କରାଯାଉଛି  । ଗୋଟିଏ ପଟେ ଯୁବ ଭୋଟରମାନଙ୍କୁ ଆକôୃଷ୍ଟ କରିବା ସହ ଦଳୀୟ ସଂଗଠନ ମଜବୁତ୍ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯୁବବାହିନୀ ଗଠନ କରାଯାଇଛି  । ଏହାକୁ ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ଅଭିହିତ କରାଯାଉଥିଲେ ମଧ୍ୟ ବିଜେଡ଼ି ଏଥିରେ ଶଙ୍ଖ ଛୁଙ୍କ ମାରିଥିବା ସ୍ପଷ୍ଟ ହୋଇଯାଇଛି  । କାହିଁକିନା ବିଜେଡ଼ି ବିଧାୟକ ଓ ନେତାଙ୍କ ଉପରେ ହିଁ ଏହି ବିଜୁ ଯୁବବାହିନୀର ଭାର ନ୍ୟସ୍ତ କରାଯାଇଛି  । ବଜେଟରେ ମଧ୍ୟ ଏଥିପାଇଁ ପ୍ରାୟ ୧୦୦ କୋଟିର ବ୍ୟୟବରାଦ କରାଯାଇସାରିଛି  । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଦକ୍ଷତା ବିକାଶ ମନ୍ତ୍ରୀ ମଧ୍ୟ କରାଯାଇଛି  । ଏହି ବିଭାଗ ଜରିଆରେ ଧର୍ମେନ୍ଦ୍ର ଯୁବ ଭୋଟରଙ୍କୁ ଆକôୃଷ୍ଟ କରିବାକୁ ମଧ୍ୟ ଯୋଜନା ରଖିଛନ୍ତି  । ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ଯେଭଳି ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ନିଯୁକ୍ତିର ସୁଯୋଗ ପ୍ରଦାନ କରାଯାଇପାରିବ ତାହା ଉପରେ ମଧ୍ୟ ଫୋକସ କରାଯାଇଛି  । ଅନେକ ଯୁବ କାର୍ଯ୍ୟକର୍ତା ମଧ୍ୟ ପ୍ରଶିକ୍ଷଣ କେନ୍ଦ୍ରମାନ ଖୋଲି ଅର୍ଥ ଉପାର୍ଜନର ସୁଯୋଗ ପାଇପାରିଛନ୍ତି  ।

    ତେବେ ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମରେ କେତେ ଯୁବ ସମାଗମ ହେଉଛନ୍ତି ତାହା ଉପରେ ଉଭୟ ବିଜେଡ଼ି ଓ କଂଗ୍ରେସ ନଜର ରଖିଛି  । ପୂର୍ବରୁ କେତେକ ସ୍ଥାନରେ ଯୁବ ସମାବେଶ ଆୟୋଜନ କରିସାରିଥିବା ବିଜେଡ଼ି ମଧ୍ୟ ଅନ୍ୟ ପ୍ରମୁଖ ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତି ନେଇସାରିଛି  । ଅପରପକ୍ଷରେ କଂଗ୍ରେସର ସଂଗଠନ ଫାଟି ଯାଇଥିଲେ ମଧ୍ୟ ବଲାଙ୍ଗୀର ଉପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଫୋକସ କରିଛନ୍ତି  । କାହିଁକିନା ୨୦୧୯ରେ ନରସିଂହଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ଜୋରଧରିଛି  । ଶାହାଙ୍କ ଭଳି କଂଗ୍ରେସ ମଧ୍ୟ ବଲାଙ୍ଗୀରରେ ଏକ ସମାବେଶ ଆୟୋଜନ କରିବ ବୋଲି ଜାଣିବାକୁ ମିଳିଛି  । 

    Maximum 500 characters

    ତାଜା ଖବର View all

    Find Us on Facebook