Jul 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସତ କହିଥିବାରୁ ଅମିତ୍ ଶାହାଙ୍କୁ ଧନ୍ୟବାଦ : କଂଗ୍ରେସ

    Share on :
    Date: Mar 27, 2018    Views: 4361

    ବେଙ୍ଗାଲୁର : ବିଜେପି ସଭାପତି ଆମକୁ ଏକ ଭିଡ଼ିଓ ଉପହାର ଦେଇଛନ୍ତି । କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରର ଏକ ଭଲ ଶୁଭାରମ୍ଭ ହେବ : ରାହୁଲ ଗାନ୍ଧୀ ଯାହାହେଉ ଶେଷରେ ଅମିତ୍ ଶାହା ସତ କହିଲେ । ଧନ୍ୟବାଦ : ସିଦ୍ଧାରାମେୟା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହାତରୁ ଖସି ଯାଇଥିବା ତୀର କି ପାଟିରୁ ଖସି ଯାଇଥିବା କଥା ଆଉ ଫେରେନା । ଠିକ୍ ଏମିତି ଏକ ଘଟଣା ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଅକଳରେ ପକାଇ ଦେଇଛି । ସୋସିଆଲ ମିଡ଼ିଆରେ ଅମିତ ଶାହାଙ୍କ ଭିଡ଼ିଓ ବେଶ୍ ଭାଇରାଲ ହୋଇଛି । ଫେସବୁକରୁ ନେଇ ହ୍ୱାଟସଆପ୍ ଭାୟା ଟ୍ୱିଟର ଜରିଆରେ କୋଟି କୋଟି ଲୋକଙ୍କ ପାଖରେ ଅମିତ ଶାହାଙ୍କ ଭିଡ଼ିଓ ପହଁଚିସାରିଛି । ଭିଡ଼ିଓ ଯିଏ ଦେଖୁଛି ସେ ନହସି ରହିପାରୁନାହିଁ ।

    ଘଟଣା ଥିଲା ଏମିତି । ମଙ୍ଗଳବାର ଅମିତ ଶାହା କର୍ଣ୍ଣାଟକର ଦାବାନାଙ୍ଗିରି ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେଯେ, ଯଦି ଦୁର୍ନୀତିର ପ୍ରତିଯୋଗିତା ହୁଏ ତେବେ ୟେଦୁରପ୍ପା ସରକାର ନମ୍ବର ୱାନ ଆୱାଡର଼୍ ପାଇବେ । ତେବେ ଶାହାଙ୍କ ପାଶ୍ୱର୍ରେ ବସିଥିବା ନେତା ଶାହାଙ୍କୁ ଚେତାଇ ଦେଇଥିଲେ । ସାର, ୟେଦୁରପ୍ପା ନୁହଁ, ସିଦ୍ଧାରାମେୟା ବୋଲି କୁହନ୍ତୁ । ପରେ ଅମିତ ଶାହା ତ୍ରୁଟି ସୁଧାରି ନେଇଥିଲେ । ପ୍ରତିଯୋଗିତାରେ ସିଦ୍ଧାରାମେୟା ସରକାର ପ୍ରଥମେ ଆସିବେ ବୋଲି ଅମିତ ଶାହା ସଂଶୋଧନ କରିଥିଲେ । ହେଲେ ସାମ୍ବାଦିକ ସମ୍ମିଳନୀରେ ଲାଇଭ ଚାଲିଥିବାରୁ ଏହା ପ୍ରସାରିତ ହୋଇଯାଇଥିଲା । ଯାହାର ଭିଡ଼ିଓ କ୍ଲିପିଂ ଏବେ ଭାଇରାଲ ହେବାରେ ଲାଗିଥିବାବେଳେ କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସକୁ ଟନିକ ମିଳିଗଲା ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook