Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେ ୧୨ରେ କର୍ଣ୍ଣାଟକ ନିର୍ବାଚନ

    Share on :
    Date: Mar 27, 2018    Views: 431

    ନୂଆଦିଲ୍ଲୀ : ଆସନ୍ତା ମେ’ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ  । ମେ’ ୧୫ରେ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି  । ନିର୍ବାଚନୀ ତାରିଖ ଘୋଷଣା ସହ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି  ।

    ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ ୧୭ରେ ବିଜ୍ଞପ୍ତି ପ୍ରକାଶ ପାଇବ  । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅପ୍ରେଲ ୨୪ ରହିଥିବାବେଳେ ଅପ୍ରେଲ ୨୫ରେ ନାମାଙ୍କନ ପତ୍ର ଯାଂଚ କରାଯିବ  । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅପ୍ରେଲ ୨୭ ରହିଛି  । ମେ’ ୧୨ରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ  । କର୍ଣ୍ଣାଟକରେ ପରବର୍ତୀ ସରକାର କିଏ ଗଢ଼ିବ ତାହା ମେ’ ୧୫ରେ ସ୍ପଷ୍ଟ ହେବ  ।

    ସୂଚନାଯୋଗ୍ୟଯେ, ମେ’ ୨୮ରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି  । ଏବେ ସେଠାରେ କଂଗ୍ରେସ ଶାସନରେ ଥିବାବେଳେ ବିଜେପି କଡ଼ା ଟକ୍କର ଦେବବୋଲି ଆଶା କରାଯାଊଛି  । ପୁଣି ଥରେ ବିଜେପି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଉପରେ ଆସ୍ଥା ପ୍ରକଟ କରିଛି  । ତେବେ ଦେବେଗୌଡ଼ାଙ୍କ ଜେଡ଼ିଏସ କିଙ୍ଗ ମେକର ବୋଲି ଚର୍ଚ୍ଚା ହେଉଛି  । ତି୍ରମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଥିବାରୁ ଝୁଲା ବିଧାନସଭା ନେଇ ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି  । ଇତିମଧ୍ୟରେ ତିନି ଦଳ କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁ ଶକ୍ତି ଲଗାଇ ଦେଇଥିବା ଦେଖିବାକୁ ମିଳିଛି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook