Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଭୂତ ନେଉଛି ବାର୍ଦ୍ଧକ୍ୟ ଭତା: କାଗ

    Share on :
    Date: Mar 26, 2018    Views: 497

    ଭୁବନେଶ୍ୱର : ଚାନ୍ଦବାଲି ବ୍ଲକ କଥକୋଲ ପଂଚାୟତର ଅପୂର୍ବ ବେହେରା, ପିତା- ପାଗଳ ବେହେରା, କଳ୍ପନା ପ୍ରହରୀ, ସ୍ୱାମୀ-ଦିଜେନ୍ଦ୍ର, ପ୍ରଫୁଲ୍ଲ ବାରିକ, ପିତା- ପୂର୍ଣ୍ଣଚନ୍ଦ୍ର ବାରିକ । ୨୦୧୪ ମସିହାରୁ ଏମାନଙ୍କର ମୃତୁ୍ୟ ହୋଇସାରିଛି । ହେଲେ ୨୦୧୭ ପର୍ଯ୍ୟନ୍ତ ସେମାନେ ଭତା ନେଉଥିଲେ । ଏକଥା ଆମେ ନୁହେଁ, ଖୋଦ ‘କାଗ’ ନିଜ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ଭତା ବାବଦରେ ଏହି ତିନି ମୃତ ହିତାଧିକାରୀ ପ୍ରାୟ ୨୯ ହଜାର ଟଙ୍କା ଉଠାଇଛନ୍ତି ବୋଲି ସରକାରୀ ଖାତାରେ ଉଲ୍ଲେଖ କରାଯାଇଛି । ଭାତହାଣ୍ଡିରୁ ଗୋଟିଏ ଗୋଟିଏ ଚିପିଲା ଭଳି ୧୪ଟି ବ୍ଲକର ୨୬ଟି ପଂଚାୟତରେ ଏଭଳି ଅନିୟମିତତା ପଦାକୁ ଆସିଛି । ସରକାରଙ୍କ ଆଖିରେ ଆଙ୍ଗୁଠି ଗେଂଜି ପଂଚାୟତ ସରପଂଚ ଓ ନିର୍ବାହୀ ଅଧିକାରୀମାନେ କିଭଳି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛନ୍ତି ତାହା ପ୍ରମାଣିତ ହୋଇଛି । ସରକାରୀ ଚାକିରୀଆମାନେ ମନରେଗାରେ କାମ କରି ମଜୁରୀ ନେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ମୃତ ହିତାଧିକାରୀଙ୍କ ନାମରେ ମଧ୍ୟ ବାର୍ଦ୍ଧକ୍ୟ ଭତା ଉଠାଯାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହେଉଛି । ସ୍ଥାନୀୟ ନିକାୟ ସଂପର୍କରେ କାଗ୍ ଦେଇଥିବା ରିପୋର୍ଟରେ ଏଭଳି ତଥ୍ୟ ମିଳିଛି । 
    କାଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଜଣେ ହିତାଧିକାରୀଙ୍କ ମୃତୁ୍ୟ ଘଟିଲେ ପଂଚାୟତ ସଂପ୍ରସାରଣ ଅଧିକାରୀ ବିଡିଓ ଏବଂ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବାର ନିୟମ ରହିଛି । ତେବେ ଅନେକ ପଂଚାୟତରେ ଏହି ସରକାରୀ ଆଇନକୁ ଅଫିସରମାନେ ଫୁ କରିଦେଇଛନ୍ତି । ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତାର ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ବର୍ଷ ଅପି୍ରଲ୍ ପ୍ରଥମ ସପ୍ତାହରେ ହିତାଧିକାରୀମାନଙ୍କର ବାର୍ଷିକ ସତ୍ୟାପନ କରାଯିବା ଆବଶ୍ୟକ । ସେହିପରି ପେନସନଧାରୀର ମୃତୁ୍ୟର ପରଦିନଠାରୁ ପେନସନ ବନ୍ଦ ରହିବାର ମଧ୍ୟ ପ୍ରାବଧାନ ରହିଛି । ତେବେ କାଗର ଅଡିଟ୍ ବେଳେ ୨୬ଟି ପଂଚାୟତର ୧୨୭ ମୃତ ହିତାଧିକାରୀଙ୍କ ନାମରେ ଭତା ଦିଆଯାଇଛି । କଂଟପଡ଼ା ପଂଚାୟତ ସମିତିର ଝାରପଡ଼ା, ବାଗଲପୁର ଓ ଅଡ଼ସପୁରର ପଂଚାୟତର ୭ ମୃତ ହିତାଧିକାରୀ, ଲେଫି୍ରପଡ଼ା ପଂଚାୟତ ସମିତିର ଝରିମାଳ, ସତ୍ୟମପାଲି, କୁଲାବିରା ପଂଚାୟତର ୨୦ ହିତାଧିକାରୀ, ସାନଖେମୁଣ୍ଡି ବ୍ଲକର ଗୌତମୀ, ଅଦାପଡ଼ା, ପାଟପୁର ପଂଚାୟତର ୨୩ ହିତାଧିକାରୀ ଚାନ୍ଦବାଲି ବ୍ଲକ କଥକୋଲ ପଂଚାୟତର ୩ ହିତାଧିକାରୀ, ଖଇରା ବ୍ଲକ ହରିପୁର ଓ ସାରଡାଙ୍ଗ ପଂଚାୟତର ୫ ହିତାଧିକାରୀ, ସୋନପୁର ବ୍ଲକ ନାରାୟଣପୁର ପଂଚାୟତର ୩ ହିତାଧିକାରୀ, କଲମପୁର ବ୍ଲକ ମଣ୍ଡାଇ,ଦେଓପୁର ପଂଚାୟତର ୧୪ ହିତାଧିକାରୀ, ଝାରବନ୍ଧ ବ୍ଲକ ଝାରବନ୍ଧ ପଂଚାୟତର ୫ ହିତାଧିକାରୀ, ବେଲଗୁଣ୍ଠା ବ୍ଲକ ତନରଦା, ଧୁମାଚାଇ ପଂଚାୟତର ୭ ହିତାଧିକାରୀ, କେନ୍ଦୁଝର ବ୍ଲକ ଶଙ୍କିରୀ ପଂଚାୟତର ୩ ହିତାଧିକାରୀ, ବାଙ୍କୀ ବ୍ଲକ ସାନ୍ତରାପୁର, ବ୍ରହ୍ମପୁର ଓ ଜଗନ୍ନାଥପୁର ପଂଚାୟତର ୧୬ ହିତାଧିକାରୀ, ମାଲକାନଗିରି ବ୍ଲକ ଗୌଡ଼ାଗୋଡ଼ା ପଂଚାୟତର ୩ ହିତାଧିକାରୀ, ଯୋଡ଼ା ବ୍ଲକ ପଲାସ, ଚମକପୁର  ପଂଚାୟତର ୧୦ ହିତାଧିକାରୀ ଏବଂ ବହଳଦା ବ୍ଲକ ସୋସୋ ପଂଚାୟତର ୭ ମୃତ ହିତାଧିକାରୀଙ୍କ ନାମରେ ପ୍ରାୟ ୧ଲକ୍ଷ ୭୫ ହଜାର ୭୦୦ ଟଙ୍କା ଲୁଟ୍ ହୋଇଥିବା କାଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଭୂତ ହିତାଧିକାରୀ ୩ବର୍ଷ ପର୍ଯ୍ୟନ୍ତ ଅର୍ଥ ଉଠାଣ କରିଥିବା ଦେଖିବାକୁ ମିଳିଛି । 

    Maximum 500 characters

    ବିଶେଷ View all

    Find Us on Facebook