Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ : ଭାଇରାଲ ଭିଡିଓରେ ଥିବା ଯୁବତୀ ଅଟକ

    Share on :
    Date: Mar 25, 2018    Views: 1957

    ଭୁବନେଶ୍ୱର : ଭାଇରାଲ ଭିଡ଼ିଓକୁ ନେଇ ଉନ୍ମୟ ପାଢ଼ୀଙ୍କ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରାଯାଉଥିବାବେଳେ ପୁଲିସ ଭିଡ଼ିଓରେ ଥିବା ଯୁବତୀ ଓ ତାଙ୍କ ବୟ ଫ୍ରେଣ୍ଡକୁ ଅଟକ ରଖିଛି  । ସେମାନେ କୋଲକାତା ଖସି ପଳାଉଥିବାବେଳେ ତାଙ୍କୁ ପୁଲିସ ଅଟକାଇବାରେ ସମର୍ଥ ହୋଇଛି  । ଏବେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୁଲିସ୍ ପଚରାଉଚରା କରୁଥିବାବେଳେ ହତ୍ୟାକାଣ୍ଡରେ ରହସ୍ୟ ଫିଟିବ ବୋଲି ଆଶା କରାଯାଉଛି  । 

    ସୂଚନାଯୋଗ୍ୟଯେ, ଭାଇରାଲ ଭିଡ଼ିଓ କାରଣରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି  । ବିଜେବିନଗରର ଉନ୍ମୟ ପାଢ଼ୀଙ୍କୁ ହତ୍ୟା କରାଯାଇ କୁଆଖାଇ ନଦୀ ପଠାରେ ଜାଳି ଦିଆଯାଇଥିଲା  ।

    ମୃତ ଯୁବକଙ୍କ ବଡ଼ ଭାଇ ହତ୍ୟା ପଛରେ ଭାଇରାଲ ସେକ୍ସ ଭିଡ଼ିଓର ଲିଙ୍କ ଥିବା ସନେ୍ଦହ କରୁଛନ୍ତି  । ଗତବର୍ଷ ସଂପୃକ୍ତ ଯୁବକଙ୍କୁ ଭାଇରାଲ ଭିଡ଼ିଓ ଘଟଣାରେ ଗିରଫ କରାଯାଇଥିଲା  । ଜଣେ ଯୁବତୀଙ୍କ ସହ ଯୁବକଙ୍କୁ ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଥିଲା  । ଏନେଇ ଯୁବତୀ ଖାରବେଳନଗର ଥାନାରେ ଏତଲା ଦେଇଥିବାବେଳେ ଯୁବକଙ୍କୁ ଗିରଫ କରାଯାଇଥିଲା  । 
    ଗତକାଲି କୁଆଖାଇ ନଦୀ ପଠାରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ପୁଲିସ୍ ଜବତ କରିଥିଲା  । ପୁଲିସ ଘଟଣାସ୍ଥଳରୁ ଅଧାପୋଡ଼ା ଲାପଟପ, ଡଙ୍ଗଲ, ମୋବାଇଲ, ଛୁରୀ, ହାତୁଡ଼ି ଜବତ କରିଥିଲା  । ସେହିପରି ମୃତଦେହ ଠାରୁ କିଛି ଦୂରରେ ଗୋଟିଏ ଜ୍ୟାକେଟ, ବାଇକ, ହେଲମେଟ ଓ ମହିଳାଙ୍କ ଚପଲ ମଧ୍ୟ ମିଳିଥିଲା  । ମୃତଦେହ ପ୍ରାୟ ୯୦% ଜଳିଯାଇଥିବାବେଳେ ପାଟିରେ ପଥର ଖଣ୍ଡ ଭର୍ତି ହୋଇଥିବା ଦେଖିବାକୁ ମିଳିଥିଲା  ।

    Read more

    ବାପା ଗୁଣ୍ଡା ପଠାଅନି....

    ଉତ୍ତରପ୍ରଦେଶ :  ବାପା ବହୁତ ହୋଇଗଲା । ମୁଁ ମୋ ନିଜ ଇଚ୍ଛା ଅନୁସାରେ  ମୋ ମନ ପସନ୍ଦର ପୁଅକୁ ବିବାହ କରିସାରିଛି ।  ମୁଁ ମୁଣ୍ଡରେ ସିନ୍ଦୂର ନାଇଛି ।  ଏହି ସିନ୍ଦୂର ଫେଶନ  ପାଇଁ ନୁହେଁ, ବରଂ ମୋ ସ୍ୱାମୀଙ୍କ ପାଇଁ ଲଗାଇଛି । ଏବେ ଆମକୁ ହଇରଣ କରନ୍ତୁ ନାହିଁ ।  ଆମ ...

    Read more

    ଅନ୍ତରଙ୍ଗ ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

    ଭଦ୍ରକ: ସୋସିଆଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ ହେବାରେ ରୋକିବାକୁ ପୁଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହା ଉପରେ ରୋକ ଲାଗି ପାରୁନି । ବରଂ ଦିନକୁ ଦିନ ଏହି ଘଟଣା ଘଟିଚାଲିଛି । ଏପରି ପୁଣି ଏକ ଘଟଣା ସାମନାକୁ ଆସିଛି ।  ଭଦ୍ରକ ...

    Read more

    ଭାଇରାଲ ଭିଡ଼ିଓ, ଅପରାଧିକୁ ନଧରିଲେ ଆତ୍ମହତ୍ୟା କରିବାକୁ ଯୁବତୀଙ୍କ ଚେତାବନୀ

    ଭୁବନେଶ୍ୱର : ଭିଡ଼ିଓ ଭାଇରାଲ୍ ହେବା ପରେ ଜନୈକା ଯୁବତୀ ଥାନାରେ ଲିଖିତ ମାମଲା ଦେବା ସହ ଅପରାଧିକୁ ନଧରିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଯାଜପୁର ରୋଡ଼ ଥାନାରେ ସେ ଦେଇଥିବା ଏତଲାରେ ଦର୍ଶାଇଛନ୍ତିଯେ, ସେ ଏକ ମୋବାଇଲ କମ୍ପାନୀର ଆଉଟଲେଟ୍ରେ ଚାକିରୀ ...

    Maximum 500 characters

    ଆଂଚଳିକ View all

    Find Us on Facebook