Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଓଡ଼ିଶା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୧୫ ଆହତ

    Share on :
    Date: Mar 24, 2018    Views: 1023

    ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ତୀର୍ଥଯାତ୍ରା ଯୋଜନାରେ ଯାଇଥିବା ବସ୍ ‘ଶ୍ରୀରାମ ବେଂଚ’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୧୫ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀମାନଙ୍କ ଟାଟା ହସ୍ପିଟାଲରେ ଭର୍ତି କରାଯାଇଛି । ଓଡ଼ିଶାରୁ ୫୦ଜଣଙ୍କୁ ନେଇ ତୀର୍ଥଯାତ୍ରୀ ବସ୍ ଆଜମେର ଯାଉଥିଲା । ଝାଡ଼ଖଣ୍ଡର ଟାଟା ନିକଟରେ ବସ୍ଟି ଅଟକି ରହିଥିଲା । ରାସ୍ତାକଡ଼ରେ ବସ୍ଟି ପାର୍କି ହୋଇଥିବା ବେଳେ ବସର ପଛପଟକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି ପୋଲତଳକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । କଟକ, କେନ୍ଦ୍ରାପଡ଼ ଓ ସୋର ଅଂଚଳର ବରିଷ୍ଠ ନାଗରିକମାନଙ୍କୁ ନେଇ ଏହି ତୀର୍ଥଯାତ୍ରୀ ବସ୍ ଯାଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook