Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଚାଷୀ ଓ ଚାଷ ପାଇଁ ବଜେଟ୍ କ’ଣ ରହିଛି?

    Share on :
    Date: Mar 23, 2018    Views: 605

    ଅର୍ଥମନ୍ତ୍ରୀ ଶ୍ରୀ ବେହେରା ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ । ୧୬,୭୬୫ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି । 
    ବଜେଟ୍ ମୁଖ୍ୟାଂଶ ହେଲା:
    ମୃତିକା ସଂରକ୍ଷଣ ପାଇଁ ୬୦୨ କୋଟି ଟଙ୍କା  ।
    ପରମ୍ପରାଗତ କୃଷିର ବିକାଶ ପାଇଁ ୩୦ କୋଟି ଟଙ୍କା ।
    ବିହନ ଯୋଗାଣ ପାଇଁ ୧୦୦ କୋଟି ଟଙ୍କା ।
    ସାର ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ।
    କ୍ଷେତ ଯାନ୍ତ୍ରୀକରଣ ଯୋଜନା ପାଇଁ ୪୫୦ କୋଟି ।
    ଜାତୀୟ କୃଷି ସଂପ୍ରସାରଣ ଓ ବୈଷୟିକ ମିଶନ ପାଇଁ ୩୫୦ କୋଟି ।
    ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୦୪ କୋଟି ।
    ଜଳସେଚନ ସୁବିଧା ଯୋଜନା ପାଇଁ ୮ ପ୍ରକଳ୍ପ ନିମନ୍ତେ ୨୬୨୯ କୋଟି ଟଙ୍କା ବ୍ୟୟବରାଦ ।
    ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ଯୋଜନା ପାଇଁ ୧୨୪୭ କୋଟି ।
    ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି ।
    ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପାଇଁ ୧୮୦୨ କୋଟି  ।
    ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ପାଇଁ ୩୪୪ କୋଟି ।
    ଜଳନିଧି ଯୋଜନା ପାଇଁ ୧୭୮ କୋଟି ଟଙ୍କା ।
    ଗଭୀର ନଳକୂପ ଖନନ ନିମନ୍ତେ ୫୪୦ କୋଟି ।
    ବିଜୁ କୃଷକ ବିକାଶ ଅନ୍ତର୍ଗତ ଗୋଷ୍ଠୀ ଉଠା ଜଳସେଚନ ପାଇଁ ୨୯୦ କୋଟି  ।
    ଅଣୁ ଜଳସେଚନ ପାଇଁ ୨୫୦ କୋଟି  ।
    ସେଚାଂଚଳ ଉନ୍ନୟନ ଯୋଜନା ପାଇଁ ୨୦୦ କୋଟି ।
    ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧ ହଜାର କୋଟି ଟଙ୍କା ।
    ୧% ସୁଧ ହାରରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦିଆଯିବ । ୫୦ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଋଣ ପାଇଁ ୨% ପ୍ରତିଶତ ସୁଧରେ ଯୋଗାଇ ଦିଆଯିବ । ଏହି ସୁଧ ରିହାତି ପାଇଁ ୪୭୦ କୋଟିର ବ୍ୟୟ ବରାଦ କରାଯାଇଛି ।
    ଚାଷୀଙ୍କୁ ବୀମା ପ୍ରିମିୟମ ପାଇଁ ୪୦୦ କୋଟିର ବ୍ୟୟବରାଦ । ଚଳିତ ବର୍ଷ ୨୫ଲକ୍ଷ ଚାଷୀ ବୀମାଭୁକ୍ତ ହେବେ । 
    ରାଜ୍ୟ ମିଲେଟ ମିଶନ ପାଇଁ ୧୦୦ କୋଟି  ।
    ନୀଳ ବିପ୍ଳବ ଯୋଜନା ପାଇଁ ୫୧ କୋଟି ।
    ଗୋଖାଦ୍ୟ ଉପôାଦନ ଯୋଜନା ପାଇଁ ୯ କୋଟି ।
    ସେଚ ବିପ୍ଳବ ଯୋଜନା ପାଇଁ ୮୮ କୋଟି ।
    ଡାଏରୀ ପ୍ଲାଂଟ ପ୍ରତିଷ୍ଠା ପାଇଁ ୫୩ କୋଟି ।
    କୃଷକ କଲ୍ୟାଣ ପାଇଁ ୨୫୦ କୋଟି ।
    ଆରକେଭିୱାଇ ପାଇଁ ୭୫୦ କୋଟି ।

     

    Maximum 500 characters

    ଅର୍ଥନୀତି View all

    Find Us on Facebook