Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ

    Share on :
    Date: Mar 23, 2018    Views: 963

    ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅପରାହ୍ନ ୩.୪୫ରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଛନ୍ତି ।  ଏଥିରୁ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଟଙ୍କା ଓ ଋଣ ଏବଂ ଅନ୍ୟାନ୍ୟ ପ୍ରାପ୍ତିରୁ ୧୯୬୭୮ କୋଟି ଭରଣା ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟର ଅଂଶ ୩୬୫୮୬ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ୨୮,୫୫୦ କୋଟି ଟଙ୍କା, ରାଜ୍ୟ ଅଣଟିକସ ରାଜସ୍ୱ ୧୦,୩୦୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ୨୪୭୬୪ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି । ଶିକ୍ଷା ଓ ଦକ୍ଷତା ବୃଦ୍ଧି ପାଇଁ ୧୯୬୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

    ଅର୍ଥମନ୍ତ୍ରୀ ଶ୍ରୀ ବେହେରା ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ । କୃଷି ବଜେଟ୍ର ମୁଖ୍ୟାଂଶଗୁଡ଼ିକ ହେଉଛି : 

    ୧୬,୭୬୫ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପିତ 
    ମୃତିକା ସଂରକ୍ଷଣ ପାଇଁ ୬୦୨ କୋଟି ଟଙ୍କା ।
    ପରମ୍ପରାଗତ କୃଷିର ବିକାଶ ପାଇଁ ୩୦ କୋଟି ଟଙ୍କା
    ବିହନ ଯୋଗାଣ ପାଇଁ ୧୦୦ କୋଟି ଟଙ୍କା
    ସାର ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି 
    କ୍ଷେତ ଯାନ୍ତ୍ରୀକରଣ ଯୋଜନା ପାଇଁ ୪୫୦ କୋଟି
    ଜାତୀୟ କୃଷି ସଂପ୍ରସାରଣ ଓ ବୈଷୟିକ ମିଶନ ପାଇଁ ୩୫୦ କୋଟି
    ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୦୪ କୋଟି
    ଜଳସେଚନ ସୁବିଧା ଯୋଜନା ପାଇଁ ୮ ପ୍ରକଳ୍ପ ନିମନ୍ତେ ୨୬୨୯ କୋଟି ଟଙ୍କା ବ୍ୟୟବରାଦ
    ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ଯୋଜନା ପାଇଁ ୧୨୪୭ କୋଟି
    ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି
    ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପାଇଁ ୧୮୦୨ କୋଟି 
    ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ପାଇଁ ୩୪୪ କୋଟି
    ଜଳନିଧି ଯୋଜନା ପାଇଁ ୧୭୮ କୋଟି ଟଙ୍କା
    ଗଭୀର ନଳକୂପ ଖନନ ନିମନ୍ତେ ୫୪୦ କୋଟି
    ବିଜୁ କୃଷକ ବିକାଶ ଅନ୍ତର୍ଗତ ଗୋଷ୍ଠୀ ଉଠା ଜଳସେଚନ ପାଇଁ ୨୯୦ କୋଟି 
    ଅଣୁ ଜଳସେଚନ ପାଇଁ ୨୫୦ କୋଟି 
    ସେଚାଂଚଳ ଉନ୍ନୟନ ଯୋଜନା ପାଇଁ ୨୦୦ କୋଟି

    ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧ ହଜାର କୋଟି ଟଙ୍କା

    ୧% ସୁଧ ହାରରେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦିଆଯିବ । ୫୦ ହଜାରରୁ ଊଦ୍ଧ୍ୱ ଟଙ୍କା ଋଣ ପାଇଁ ୨% ପ୍ରତିଶତ ସୁଧରେ ଯୋଗାଇ ଦିଆଯିବ । ଏହି ସୁଧ ରିହାତି ପାଇଁ ୪୭୦ କୋଟିର ବ୍ୟୟ ବରାଦ କରାଯାଇଛି ।

    ଚାଷୀଙ୍କୁ ବୀମା ପ୍ରିମିୟମ ପାଇଁ ୪୦୦ କୋଟିର ବ୍ୟୟବରାଦ । ଚଳିତ ବର୍ଷ ୨୫ଲକ୍ଷ ଚାଷୀ ବୀମାଭୁକ୍ତ ହେବେ । 

    ରାଜ୍ୟ ମିଲେଟ ମିଶନ ପାଇଁ ୧୦୦ କୋଟି 
    ନୀଳ ବିପ୍ଳବ ଯୋଜନା ପାଇଁ ୫୧ କୋଟି
    ଗୋଖାଦ୍ୟ ଉପôାଦନ ଯୋଜନା ପାଇଁ ୯ କୋଟି
    ସେଚ ବିପ୍ଳବ ଯୋଜନା ପାଇଁ ୮୮ କୋଟି
    ଡାଏରୀ ପ୍ଲାଂଟ ପ୍ରତିଷ୍ଠା ପାଇଁ ୫୩ କୋଟି
    କୃଷକ କଲ୍ୟାଣ ପାଇଁ ୨୫୦ କୋଟି
    ଆରକେଭିୱାଇ ପାଇଁ ୭୫୦ କୋଟି 

     

    Maximum 500 characters

    ଅର୍ଥନୀତି View all

    Find Us on Facebook