Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ରାଣୀ ମୁଖାର୍ଜୀଙ୍କ ‘ହିଚକି’ ଏବେ ପରଦାରେ

    Share on :
    Date: Mar 23, 2018    Views: 103

    ଆପଣମାନେ ଏଥର ଏକ ଦମଦାର ସିନେମା ଦେଖିବେ । ଏହି ସିନେମାରେ  ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ହୋଇଛି ଏକ ଅଜବ ରୋଗ । ଏମିତି ରୋଗ ଯେ କଥା କହିଲା ବେଳେ ରାଣୀଙ୍କୁ ଖାଲି ବାରମ୍ବାର ହିଚକି ଆସୁଛି ।
    ତେବେ ଆମେ ଏଠି ରାଣୀଙ୍କ ରିଅଲ ଲାଇଫ କଥା ନୁହେଁ ବରଂ ରିଲ୍ ଲାଇଫ କଥା କହୁଛୁ । ଆଜିି ପରଦାକୁ ଆସୁଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚକି’ । ଫିଲ୍ମରେ ରାଣୀ ଜଣେ ଶିକ୍ଷୟିତ୍ରୀ ଭୂମିକାରେ ନଜରକୁ ଆସୁଛନ୍ତି । ଫିଲ୍ମରେ ରାଣୀଙ୍କ ସହ ହର୍ଷ ମେୟର ଏବଂ ସୁପ୍ରିୟା ପିଲାଗାଓଙ୍କର  ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶନା ଦେଇଛନ୍ତି ସିଦ୍ଧାର୍ଥ ମାଲହୋତ୍ରା । ଶେଷ ଥର ପାଇଁ ରାଣୀ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଦାନୀ’ ରେ ଅଭିନୟ କରିଥିଲେ । ଏହାପରେ ଦୀର୍ଘ ୪ ବର୍ଷ ଧରି ତାଙ୍କୁ ଆଉ କୌଣସି ଫିଲ୍ମରେ ଅଭିନୟ କରିବାର ଦେଖାଯାଇ ନଥିଲା । ଏହି ୪ ବର୍ଷ ସେ ପୂରାପୂରି ତାଙ୍କ ପରିବାର ପ୍ରତି ଧ୍ୟାନ ଦେଇଥିଲେ । ଦୀର୍ଘ ୪ ବର୍ଷର ଏକ ଲମ୍ବା ସମୟ ବ୍ୟବଧାନ ପରେ ପୁଣିଥରେ ରାଣୀ ତାଙ୍କ ଆକ୍ଟିଂ କ୍ୟାରିୟରକୁ ଫେରିଛନ୍ତି ।

    Maximum 500 characters

    କଳା View all

    Find Us on Facebook