Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଆଜି ବଜେଟ୍, ଆସିବ ଅନେକ ନୂଆ ଯୋଜନା

    Share on :
    Date: Mar 23, 2018    Views: 325

    ଭୁବନେଶ୍ୱର : ଆଜି ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ  । ନିର୍ବାଚନୀ ବର୍ଷ ହୋଇଥିବାରୁ ନବୀନ ସାଧାରଣ ଜନତାଙ୍କ ପାଇଁ କ’ଣ ଖଂଜିଛନ୍ତି ତାହା ଉପରେ ସମସ୍ତଙ୍କ ନଜିର ରହିଛି  । ବଜେଟ୍ରେ ଗ୍ରାମୀଣ ଭୋଟରଙ୍କୁ ଆକôୃଷ୍ଟ କରିବା ପାଇଁ ଆକର୍ଷଣୀୟ ଯୋଜନା ହେବ ବୋଲି ଜାଣିବାକୁ ମିଳିଛି  । ସେହିପରି ଆଗକୁ ପୌର ନିର୍ବାଚନ ଆସୁଥିବାରୁ ସହରାଂଚଳବାସୀ ଓ ବସ୍ତିବାସିନ୍ଦାଙ୍କ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପେଡ଼ିରେ ଯୋଜନା ସାଇତି ରଖିଛନ୍ତି  ।

    ମିଳିଥିବା ସୂଚନାନୁଯାୟୀ, ବଜେଟରେ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି  । ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ସଡ଼କ ଯୋଗାଯୋଗ, ପାନୀୟ ଜଳ ଓ ଭିତିଭୂମି ବିକାଶ ଆଦିକୁ ଗୁରୁତ୍ୱ ଦିଆଯିବ  । ୨୦୧୯ ସୁଦ୍ଧା ସରକାର ସମସ୍ତଙ୍କୁ ପକ୍କା ଘର ପ୍ରଦାନର ଯୋଜନା ରଖିଥିବାରୁ ଚଳିତ ବଜେଟ୍ରେ ସେଥିପାଇଁ ଅଧିକ ପରିମାଣର ବ୍ୟୟବରାଦ କରିବେ  ।
    ବଜେଟ୍ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହେବ  । ପ୍ରଥମ ପର୍ଯ୍ୟାୟରେ ମାସିକିଆ ଲେଖାନୁଦାନ ବଜେଟ ପ୍ରସ୍ତାବ ଆକାରରେ ଆସନ୍ତା ୨୯ରେ ଆଲୋଚନା କରାଯିବ  । ୩୧ରେ ଲେଖାନୁଦାନ ବିନିୟୋଗ ବିଧେୟକ ପାରିତ ହେବ  । ଦ୍ୱିତୀୟ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ବଜେଟ ସଂକ୍ରାନ୍ତ ଦାବି ଆଲୋଚନା କରାଯାଇ ଅପ୍ରେଲ ୩-ରେ ବିନିଯୋଗ ବିଧେୟକ ପାରିତ ହେବ  ।

    Maximum 500 characters

    ଅର୍ଥନୀତି View all

    Find Us on Facebook