Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    କେମିତି ଅଛି ଓଡ଼ିଶାର ଅର୍ଥନୀତି ?

    Share on :
    Date: Mar 22, 2018    Views: 561

    ଭୁବନେଶ୍ୱର : ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି  । ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାର ଜିଏସଡ଼ିପି ଅଭିବୃଦ୍ଧି ୭.୧୪% ହେବବୋଲି ଆକଳନ କରାଯାଇଛି  । ଜାତୀୟ ଅଭିବୃଦ୍ଧି ହାର ୬.୫%  ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି  । ରାଜ୍ୟ ଜିଏସଡ଼ିପିକୁ ସେବା କ୍ଷେତ୍ରର ଅବଦାନ ୪୫% ଥିବାବେଳେ ଶିଳ୍ପ କ୍ଷେତ୍ରର ଅବଦାନ ୩୫% ଓ କୃଷି କ୍ଷେତ୍ରର ଅବଦାନ ମାତ୍ର ୨୦% ରହିଛି  ।

    ୧୯୬୦ ଦଶକରେ ରାଜ୍ୟ ଜିଏସଡ଼ିପିକୁ କୃଷିକ୍ଷେତ୍ରର ଅବଦାନ ପ୍ରାୟ ୬୦% ଥିବାବେଳେ ଏବେ ତାହା ୨୦%କୁ ହ୍ରାସ ପାଇଛି  । ୨୦୧୬-୧୭ରେ କୃଷି କ୍ଷେତ୍ର ୨୦% ଅଭିବୃଦ୍ଧି ହାସଲ କରିଥିବାବେଳେ ୨୦୧୧-୧୭ ମଧ୍ୟରେ ଏହି କ୍ଷେତ୍ରର ହାରାହାରି ଅଭିବୃଦ୍ଧି ମାତ୍ର ୨.୮% ରହିଛି  । ରାଜ୍ୟର ଜଳସେଚନ ସାମର୍ଥ୍ୟ ୫୫.୯୧ ଲକ୍ଷ ହେକ୍ଟର ରହିଛି  । ମୋଟ ଚାଷ ଜମିର ଏକ ତୃତୀୟାଂଶ ଜମିକୁ ଜଳସେଚିତ କରାଯାଇଥିବାବେଳେ ପ୍ରମୁଖ ଫସଲର ଅମଳ ହାର ଦେଶର ଅଗ୍ରଣୀ ରାଜ୍ୟ ଠାରୁ କମ୍ ଥିବା ରିପୋର୍ଟରେ ଦର୍ଶାଯାଇଛି  । ରାଜ୍ୟର ମୋଟ ଫସଲ ଉପôାଦନର ୯୦% ଧାନ ହୋଇଥିବାବେଳେ ୨୦୧୬-୧୭ରେ ୯୭ ଲକ୍ଷ ମେଟ୍ରିକ୍ ଟନ ଉପôାଦିତ ହୋଇପାରିଥିଲା  । ରାଜ୍ୟରେ ହେକ୍ଟର ପିଛା ୨୪ କୁଇଂଟାଲ ଧାନ ଉପôାଦିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି  ।

    ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଡ଼ିପିକୁ ଶିଳ୍ପ କ୍ଷେତ୍ରର ଅବଦାନ ୩୪.୮% ରହିବ ବୋଲି ଆକଳନ କରାଯାଇଛି  । ୨୦୧୧-୧୨ରେ ତାହା ୪୩.୬% ରହିଥିଲା  । ଚଳିତ ଆର୍ଥିକ ବର୍ଷରେ ଖଣି, ନିର୍ମାଣ ଓ ଭିତିଭୂମି କ୍ଷେତ୍ରର ଅଭିବୃଦ୍ଧି ୪.୬% ମଧ୍ୟରେ ସୀମିତ ରହିବ  । ପୂର୍ବ ଆର୍ଥିକ ବର୍ଷରେ ଖଣି କ୍ଷେତ୍ରର ଅଭିବୃଦ୍ଧି ୧୦% ରହିଥିବାବେଳେ ନିର୍ମାଣ କ୍ଷେତ୍ରରେ ୫% ଓ ଭିତିଭୂମି କ୍ଷେତ୍ରରେ ୬% ଅଭିବୃଦ୍ଧି ହୋଇଥିଲା  । ୨୦୧୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୨୨ ଜିଲ୍ଲାରେ ୨୫୨ ବୃହତ୍ ଓ ମଧ୍ୟମ ଶିଳ୍ପ ସ୍ଥାପିତ ହୋଇଥିବାବେଳେ ୧.୧୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି  ।

    ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି  । ୨୦୧୬-୧୭ରେ ରାଜ୍ୟ ଜିଏସଡ଼ିପିକୁ ଏହି କ୍ଷେତ୍ରର ଅବଦାନ ୪୩% ରହିଥିବାବେଳେ ୨୦୧୭-୧୮ରେ ତାହା ୪୫%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି  । ବାଣିଜ୍ୟ ଓ ହୋଟେଲ କ୍ଷେତ୍ରରେ ୧୦%, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ୭.୫%, ରିଅଲ ଇଷ୍ଟେଟ କ୍ଷେତ୍ରରେ ୭.୮%, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ୮.୪% ଅଭିବୃଦ୍ଧି ହେବବୋଲି ଆକଳିତ ହୋଇଛି  । ୨୦୧୭-୧୮ରେ ସେବା କ୍ଷେତ୍ରର ଅଭିବୃଦ୍ଧି ୧୨.୪% ହେବବୋଲି ଅନୁମାନ କରାଯାଉଛି  ।

    ଭିତିଭୂମି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ବିକାଶ ଘଟିଛି  । ରାଜ୍ୟର ୯୪.୩୭% ଗାଁକୁ ବିଦୁ୍ୟତୀକରଣ କରାଯାଇଥିବାବେଳେ ଖୁବଶୀଘ୍ର ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିବ  । ୨୦୧୬-୧୭ରେ ପ୍ରତି ଶହେ ବର୍ଗ କିଲୋମିଟର ଅଂଚଳରେ ରାଜ୍ୟର ସଡ଼କ ଘନତା ୧୬୫ କିଲୋମିଟର ଥିବାବେଳେ ରେଳପଥ ଘନତା  ଜାତୀୟସ୍ତର ଠାରୁ କମ୍ ରହିଛି  । ୨୦୧୬-୧୭ରେ ଓଡ଼ିଶାରେ ରେଳପଥର ଅଭିବୃଦ୍ଧି ୧୯% ଥିବାବେଳେ ୨୦୧୭-୧୮ରେ ୧୬% ଅଭିବୃଦ୍ଧି ହେବ  । ଟେଲି ଘନତା ବୃଦ୍ଧି ପାଇଥିବାବେଳେ ବି ତାହା ଜାତୀୟ ହାର ଠାରୁ କମ୍ ରହିଛି  । ୨୦୧୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଟେଲି ଘନତା ୮୦.୭୪% ରହିଥିଲା  ।
    ଓଡ଼ିଶାର ବେକାରୀ ହାର ୩.୮ ଥିବାବେଳେ ଜାତୀୟ ହାର ୩.୭% ରହିଛି  । ଯେତେବେଳେକି ଧନୀ ରାଜ୍ୟ ଗୋଆ, କେରଳ ଓ ପଂଜାବରେ ବେକାରୀ ହାର ୯%,୧୦.୬% ଓ ୫.୮% ରହିଛି  । ରାଜ୍ୟ ଜିଏସଡ଼ିପିକୁ କୃଷିକ୍ଷେତ୍ରର ଅବଦାନ ହ୍ରାସ ପାଇଥିଲେ ମଧ୍ୟ ୬୨% ନିଯୁକ୍ତି କୃଷିକ୍ଷେତ୍ର ଯୋଗାଇପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି  ।

    ଓଡ଼ିଶାର ଦାରିଦ୍ର୍ୟ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି  । ୨୦୦୪-୦୫ରେ ରାଜ୍ୟର ଦାରିଦ୍ର୍ୟ ହାର ୫୭.୨% ରହିଥିବାବେଳେ ୨୦୧୧-୧୨ ବେଳକୁ ତାହା ୩୨.୬%କୁ ହ୍ରାସ ପାଇଛି  । ସାମାଜିକ କ୍ଷେତ୍ରରେ ମଧ୍ୟ ଆଖିଦୃଶିଆ ପରିବର୍ତନ ଦେଖିବାକୁ ମିଳିଛି  । ଓଡ଼ିଶାର ସାକ୍ଷରତା ହାର ୭୨.୯%ରେ ପହଁଚିଥିବାବେଳେ ଡ୍ରପଆଉଟ ହାର ୪.୨%କୁ ହ୍ରାସ ପାଇଛି  । ସେହିପରି ଶିକ୍ଷକ ଛାତ୍ର ଅନୁପାତ ପ୍ରାଥମିକ ସ୍ତରରେ ୧:୨୪ ଥିବାବେଳେ ଉଚ୍ଚପ୍ରାଥମିକ ସ୍ତରରେ ୧:୨୩ ହୋଇପାରିଛି  । ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ ପାଇବା ସହ ୭୫% ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇପାରିଛି  । ୨୦୧୭ ସେପ୍ଟେମ୍ବର ସୁଦ୍ଧା ସ୍ୱଚ୍ଛ ଭାରତ ମିଶନ ଜରିଆରେ ୧୪.୬ ଲକ୍ଷ ପାଇଖାନା ନିର୍ମାଣ କରାଯାଇଛି  ।

    Maximum 500 characters

    ଅର୍ଥନୀତି View all

    Find Us on Facebook