Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏବର୍ଷ ବଢ଼ିବନି ବିଜୁଳି ଦର

    Share on :
    Date: Mar 22, 2018    Views: 239

    ଭୁବନେଶ୍ୱର : ଚଳିତ ବର୍ଷ ବିଜୁଳି ଦର ବୃଦ୍ଧି ପାଇବ ନାହିଁ  । ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ର ପାଇଁ ଦର ଅପରିବର୍ତିତ ରହିବ  । ଓଇଆରସି ନିଦେ୍ର୍ଧଶକ ପ୍ରିୟବ୍ରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି  । ତେବେ ଡିଜଟାଲ ପେମେଂଟ କଲେ ୧% ରିହାତି ମିଳିବ  । ସେହିପରି ରିହାତି ଧାର୍ଯ୍ୟ ସମୟରେ ବିଲ୍ ପଇଠ କଲେ ଡବଲ ରିହାତି ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି  । 

    ସୂଚନାଯୋଗ୍ୟଯେ, ୨୦୧୭-୧୮ ବର୍ଷରେ ବିଜୁଳି ଦର ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ପାଇଥିଲା  । ଗତବର୍ଷ ଅପ୍ରେଲ ପହିଲାରୁ ଏହି ଦର ଲାଗୁ ହୋଇଥିଲା  । ତେବେ ଘରୋଇ ବ୍ୟବହାର ପାଇଁ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦର ୟୁନିଟ୍ ପିଛା ପୂର୍ବଭଳି ଅଢେ଼ଇ ଟଙ୍କାରେ ଅପରିବର୍ତିତ ରହିଥିଲା  । ୫୦ ୟୁନିଟରୁ ଅଧିକ ହେଲେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦର ୪ ଟଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ୍ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ୫ଟଙ୍କା ୭୦ ପଇସା ଧାର୍ଯ୍ୟ ହୋଇଥିଲା  । ଚଳିତ ବର୍ଷ ଏହି ଦର ବୃଦ୍ଧି ଘଟିନଥିବାରୁ ୨୦୧୮-୧୯ ପାଇଁ ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ପୂର୍ବଭଳି ଦେୟ ଦେବାକୁ ପଡ଼ିବ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook