Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

?????????

ମୁଖ୍ୟ ଖବର

    ଘାରିଛି ଭାଇରାଲ ଭିଡ଼ିଓ ଡର

    Share on :
    ajab-Image
    Date: Mar 17, 2018    Views: 2083

    ପ୍ରଭାତ କୁମାର ବେହେରା
    ଯାଦୁ କି କାଛ କୁଣ୍ଡିଆ ହେଲେ ପ୍ରଥମେ କୁଣ୍ଡେଇବାକୁ ଭଲ ଲାଗେ  । ହେଲେ ପରେପରେ ଯେଉଁ ଜଳାପୋଡ଼ା ହୁଏ ତାହା ବହୁତ କଷ୍ଟ ଦେଇଥାଏ  । ଏବେ ସମାନ ଅବସ୍ଥା ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଦେଖିବାକୁ ମିଳିଛି  । ଭିଡ଼ିଓ ସୁଟିଂ କରିବା ବେଳେ ପ୍ରେମିକ ପ୍ରେମିକାଙ୍କ ମନ ଯେମିତି କୁତୁକୁତୁ ହୋଇଥାଏ ଭିଡ଼ିଓ ଭାଇରାଲ ହେବା ପରେ ସେମିତି ମନ ଦୁକୁଦୁକୁ ହେଉଛି  । ଭାଇରାଲ ଫିଭର ଭଳି ଭାଇରାଲ ଭିଡ଼ିଓ ଏବେ ରୋଗରେ ପରିଣତ ହୋଇଗଲାଣି କହିଲେ ଅତୁ୍ୟକ୍ତି ହେବନାହିଁ  । କିଛିଦିନ ତଳେ ଏଡ଼ସ ଯେମିତି ଆତଙ୍କ ସୃଷ୍ଟି କରିଥିଲା ଏବେ ତାହାଠୁ ବଡ଼ ଆତଙ୍କ ସୃଷ୍ଟି କରିଛି ଏହି ଭିଡ଼ିଓ  । ବିଶେଷକରି ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଭାଇରାଲ ସମସ୍ତଙ୍କୁ ଟେନସନ ଦେଇଛି  । କାହାର ଜୀବନ ଯାଉଛି ତ କିଏ ଘରେ କତରା ଯାକି ରହିବାକୁ ବାଧ୍ୟ ହେଉଛି  । ଏହାକୁ କିଭଳି ରୋକାଯିବ ? କିଭଳି ଜନଜୀବନ ଓ ସମ୍ମାନର ସୁରକ୍ଷା ହୋଇପାରିବ ସେନେଇ ସରକାର ମଧ୍ୟ ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରିଛନ୍ତି । ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ଜନସଚେତନତା ସୃଷ୍ଟି କରିବାକୁ ଯାଉଛନ୍ତି  । ଖାଲି ଓଡ଼ିଶା ନୁହେଁ ଭାରତର ବିଭିନ୍ନ ରାଜ୍ୟରେ ଏବେ ସମାନ ଅବସ୍ଥା ପରିଲକ୍ଷିତ ହେଉଥିବାସ୍ଥଳେ ଏହାକୁ  କିଭଳି ରୋକାଯିବ ସେନେଇ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ  ।

    ଜାତୀୟସ୍ତରରେ ଏନେଇ ଆୟୋଜିତ ଏକ କର୍ମଶାଳାରେ ସାମାଜିକ କର୍ମୀମାନଙ୍କ କହିବା କଥା ହେଉଛି, ଏବେ ପବନ ହିଁ ଦେଶକୁ ନିୟନ୍ତ୍ରଣ କରୁଛି କହିଲେ ଅତୁ୍ୟକ୍ତି ହେବନାହିଁ  । ପବନର ତରଙ୍ଗରେ ଜଣେ ଚଟାପଟ ନିଜ ବାର୍ତ୍ତା ଅଳ୍ପ କେଇ ସମୟରେ ଅନ୍ୟକୁ ପଠାଇ ପାରୁଥିବାବେଳେ କେଇ ମିନିଟ୍ ଭିତରେ କୋଟି କୋଟି ଟଙ୍କା ବି ଦେଣ ନେଣ ହୋଇପାରୁଛି  । ଥରେ କଥା ପବନ ହାତକୁ ପଳାଇବା ପରେ ତାହାକୁ ରୋକିବା ଯେମିତି ମୁସ୍କିଲ ଠିକ୍ ସେମିତି ଭାଇରାଲ ଭିଡ଼ିଓ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହେଉଛି  । ସୋସିଆଲ ମିଡ଼ିଆ ବା ୱେବସାଇଟ୍ରେ ଏହା ପଡ଼ିଯିବା ମାତ୍ରେ ଚଟାପଟ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଁଚି ଯାଉଛି  । ଦ୍ୱିତୀୟ କଥାଟି ହେଉଛି ଏବେ ସଂଖ୍ୟାଧିକ ଯୁବପୀଢ଼ିଙ୍କ ହାତରେ ସ୍ମାର୍ଟ ଫୋନ୍ ରହିଥିବାବେଳେ କମ୍ ଦାମରେ ଇଂଟରନେଟ ଉପଲବ୍ଧ ହେଉଛି  । କୋଟି କୋଟି ହ୍ୱାଟସଆପ ଗ୍ରୁପ୍ ଲକ୍ଷ ଲକ୍ଷ ଫେସବୁକ ଗ୍ରୁପ୍ ମାଧ୍ୟମରେ ଅଳ୍ପ କେଇ ସେକେଣ୍ଡରେ ଏହା ସାରା ବିଶ୍ୱରେ ପ୍ରସାରିତ ହୋଇଯାଉଛି  । ନିଜର ଭିଡ଼ିଓ ଭାଇରାଲର ଅନେକ ସମୟ ପରେ ପୀଡ଼ିତା ବା ପୀଡ଼ିତ ଜାଣିବାକୁ ପାଉଛି  । ସେତେବେଳକୁ ଇଂଟରନେଟ ବଜାରରେ ଇଜ୍ଜତ ନିଲାମ ହୋଇଯାଉଛି  । ଯଦି ବା ସାଇବର ସେଲ ଜରିଆରେ ସାଇଟରୁ ଏହାକୁ ଉଠାଇ ନେବା ସମ୍ଭବପର ହେଉଛି ତେବେ ମୋବାଇଲର ଡାଉନଲୋଡ଼ ଭିଡ଼ିଓ କାଟିବାର କୌଣସି ବ୍ୟବସ୍ଥା ନାହିଁ  । ଅର୍ଥାତ୍ ଗାଏମୋଟ୍ କହିଲେ ଏହାକୁ ରୋକିବାର କୌଣସି ବି ବାଟ ନାହିଁ  । ଏଥିପାଇଁ ଗୋଟିଏ ବାଟ ହେଉଛି ଜନସଚେତନତା  ।  

    ବିଶେଷକରି ପ୍ରେମିକ ଓ ପ୍ରେମିକାମାନେ ଏଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର  । ଜଣେ ଜଣଙ୍କୁ ଯେତେ ଭଲ ପାଉ ପଛେ ସ୍ୱାର୍ଥ ହିଁ ମଣିଷକୁ ବଦଳାଇ ଦେଇଥାଏ  । ଏହା ହିଁ ମଣିଷର ସହଜାତ ପ୍ରବୃତି  । ଏଭଳି କ୍ଷେତ୍ରରେ ହ୍ୱାଟସଆପ୍ ମେସେଜ ହେଉକି ଫେସବୁକ୍ ଚାଟ ଅବା ଆଇଏମଓ ଭିଡ଼ିଓ କଲିଂ  । ଏଥିରୁ ବିରତ ରହିବାର ଆବଶ୍ୟକତା ରହିଛି  । କାହିଁକିନା ପ୍ରଥମେ ପ୍ରଥମେ ଶାଳୀନତାର ସହ ଆରମ୍ଭ ହେଉଥିବା ଏହି ସମ୍ପର୍କ ଧିରେଧିରେ ଲକ୍ଷ୍ମଣରେଖା ଟପି ଯାଇଥାଏ  । ପରବର୍ତୀ ସମୟରେ ଉଭୟ ନିୟନ୍ତ୍ରଣ ହରାଉଥିବାରୁ ଏଭଳି ସାମାଜିକ ବିଲକ୍ଷଣମାନ ଦେଖିବାକୁ ମିଳୁଛି  । ଏଥିପ୍ରତି ଯୁବବର୍ଗ ସଚେତନ ନହେଲେ ଆପଣା ହସ୍ତେ ଜିହ୍ୱାଚ୍ଛେଦୀ କେବା ଅଛି ତା’ର ପ୍ରତିବାଦୀ ଭଳି ଅବସ୍ଥା ହେବା ଥୟ  ।

    Maximum 500 characters

    ????????? View all

    Find Us on Facebook