Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଷ୍ଟ୍ରପତିଙ୍କ ଦେହରେ ଘଷି ହୋଇ ନେତା ହେବାକୁ ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ : ଦାମୋଦର ରାଉତ

    Share on :
    Date: Mar 16, 2018    Views: 2903

    ଭୁବନେଶ୍ୱର : ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଆସୁଥିବାବେଳେ ବିଜୁ ମୁ୍ୟଜିୟମ ଲୋକାର୍ପଣ କରିବେ  । କଟକରେ ଥିବା ବିଜୁଙ୍କ ପୈତୃକ ଘର ଆନନ୍ଦ ଭବନକୁ ମୁ୍ୟଜିୟମ୍ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ସୂଚନାଯୋଗ୍ୟଯେ, ଆନନ୍ଦ ଭବନକୁ ନବୀନ ଓ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଛନ୍ତି  ।

    ତେବେ ଏହାକୁ ନେଇ ପୁଣି ରାଜନୀତି ଜୋରଧରିଛି  । ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଆରମ୍ଭ ହୋଇଛି  । ଉଭୟ ଦଳ ପକ୍ଷରୁ ଭିନ୍ନ ଭିନ୍ନ ତରିକାରେ ରାଷ୍ଟ୍ରପତିଙ୍କ ସ୍ୱାଗତ ସହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  । ଏନେଇ ବରିଷ୍ଠ ବିଜେଡ଼ି ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତିଯେ, ରାଷ୍ଟ୍ରପତି ଓଡ଼ିଶା ଆସୁଛନ୍ତି  । ସେ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ  । ତେବେ ରାଷ୍ଟ୍ରପତିଙ୍କ ଦେହରେ ଘଷି ହୋଇ କେନ୍ଦ୍ରମନ୍ତ୍ରୀ ନେତା ହେବାକୁ ଚାହୁଁଛନ୍ତି  । ଯଦି ରାଷ୍ଟ୍ରପତିଙ୍କ ଦେହରେ ଘଷି ହେଲେ ଓଡ଼ିଶାବାସୀ ବିଜେପି ହେଇଯିବେ ବୋଲି ଭାବୁଥା’ନ୍ତି ତେବେ ସେମାନଙ୍କୁ କ’ଣ କହିବି ଭାଷା ପାଉନି ବୋଲି ଦାମ କହିଛନ୍ତି  । ଅପରପକ୍ଷରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତିଯେ, ବିଜେଡ଼ି ଜଣେ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛି  । ତେବେ ବିଜେପି ନେତାଜୀଙ୍କ ଜନ୍ମସ୍ଥଳୀ ବୁଲି ଦେଖିବା ପାଇଁ ନିମନ୍ତ୍ରଣ କରିଛି ବୋଲି ସେ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Kain tame ghasi helani kie manakala

    SUDHANSU

    Mar 20, 2018

    ରାଜନୀତି ତଡ଼କା View all

    Find Us on Facebook