Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ବିଜେଡ଼ିକୁ ପ୍ରତି ବୁଥରେ ହରାଇବୁ : ଧର୍ମେନ୍ଦ୍ର

    Share on :
    Date: Mar 15, 2018    Views: 11507

    ଭୁବନେଶ୍ୱର : ବିଜେଡ଼ିକୁ ପ୍ରତି ବୁଥରେ ପରାସ୍ତ କରିବୁ  । ଏଥିପାଇଁ ବିଜେପି ସ୍ୱତନ୍ତ୍ର ଅଙ୍କ କଷୁଛି  । ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

    ରାଜ୍ୟ ରାଜନୀତିର ସ୍ଥିତି ନେଇ ଧର୍ମେନ୍ଦ୍ର କହିଛନ୍ତିଯେ, ଏବେବି ଓଡ଼ିଶାର ଗାଁ ଗହଳିରେ ତୃଣମୂଳସ୍ତରରେ କଂଗ୍ରେସର ଭୋଟ୍ ରହିଛି  । ଏହି କଂଗ୍ରେସ ଭୋଟ ହିଁ ୨୦୧୯ରେ ନିର୍ଣ୍ଣାୟକ ହେବ  । ବିଜେଡ଼ିରେ ଏବେ ଅନ୍ତଦ୍ୱର୍ନ୍ଦ୍ୱ ବଢ଼ୁଥିବାବେଳେ କଂଗ୍ରେସ ଦୁର୍ବଳ ହୋଇଯାଇଛି  । ତେଣୁ ବିଜେପି ପ୍ରତି ବୁଥସ୍ତରରେ ବିଜେଡ଼ିକୁ ପରାସ୍ତ କରିବା ପାଇଁ ଯୋଜନା କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି  ।

    ଅପରପକ୍ଷରେ ଧର୍ମେନ୍ଦ୍ରଙ୍କୁ କାଉଂଟର କରି କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ କହିଛନ୍ତିଯେ, ଯାହା କହିଥିଲେ ମୋଦି ସରକାର ତାହା କରିନାହାନ୍ତି  । ଲୋକେ ଏହା ବୁଝିସାରିଲେଣି  । ସାରା ଭାରତରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି ଶ୍ରୀ ଖୁଂଟିଆ କହିଛନ୍ତି  ।

    ଏନେଇ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତିଯେ, ଓଡ଼ିଶାରେ କଂଗ୍ରେସ ଦୁର୍ବଳ ହୋଇଛି  । ଯେଉଁ ଦଳ ଭଲ କାମ କରୁଥିବ ଲୋକମାନେ ତାକୁ ସମର୍ଥନ କରିବେ  । ବିଜୁ ଜନତା ଦଳ ଭଲ କାମ କରୁଛି  । ତେଣୁ ବିଜେଡ଼ିକୁ ହିଁ ଜନସମର୍ଥନ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Please create in sangathana

    KRUSHNA Mohan mansingh

    Mar 15, 2018

    BIJU JANATA DAL ALWAYS POPULAR & POWERFUL IN ODISHA

    SATYABRATA SATAPATHY

    Mar 15, 2018

    ରାଜନୀତି ତଡ଼କା View all

    Find Us on Facebook