Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ନକଲେ ମିଳିବ ଦଣ୍ଡ, ଗଣିବେ ତଣ୍ଡ

    Share on :
    Date: Mar 15, 2018    Views: 93

    ଭୁବନେଶ୍ୱର : ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ନକଲେ ସରକାରୀ ଅଧିକାରୀମାନଙ୍କୁ ଦଣ୍ଡିତ କରାଯିବ  । ଆସନ୍ତା ବଜେଟ୍ ଅଧିବେଶନରେ ଏନେଇ ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଆଗତ ହେବ  । ଏହି ପ୍ରସ୍ତାବ ଅନୁମୋଦନ ପରେ ଖିଲାପୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଭାବେ କି ଦଣ୍ଡବିଧାନ କରାଯିବ ତଥା ସଠିକ୍ ପ୍ରୟୋଗ କ୍ଷେତ୍ରରେ ପୁରସ୍କାର ସ୍ୱରୂପ କ’ଣ ପଦକ୍ଷେପ ନିଆଯିବ ତାହାର ନିୟମ ପ୍ରସ୍ତୁତି ବେଳେ ସରକାର ଧାର୍ଯ୍ୟ କରିବେ  ।

    କ୍ୟାବିନେଟ ନିଷ୍ପତି ଅନୁଯାୟୀ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ବାଧ୍ୟତାମୂଳକ ହେବ  । ଏଥିପାଇଁ ଓଡ଼ିଶା ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ  । ଏଥିରେ ଖିଲାପ କଲେ ଦଣ୍ଡ ମିଳିବ  । ପ୍ରଥମ ଥର ଧରାପଡ଼ିଲେ ୧ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ  । ଦ୍ୱିତୀୟ ଥର ଧରାପଡ଼ିଲେ ୨ ହଜାରରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରଯିବ  । ପୂର୍ବରୁ ଏହା ଯଥାକ୍ରମେ ୧୫ ଟଙ୍କା ଓ ୨୫ ଟଙ୍କା ଥିଲା  । ପୌରସଂସ୍ଥା ଓ ମହାନଗର ନିଗମ କର୍ତୃପକ୍ଷ ଏହାର ତଦାରଖ କରିବେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook