Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସୋସିଆଲ ମିଡିଆରେ ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ

    Share on :
    Date: Mar 14, 2018    Views: 217

    ଭୁବନେଶ୍ୱର : ମୋ ସ୍କୁଲ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସୋସିଆଲ ମିଡିଆ ଅଭିଯାନର ଶୁଭାରମ୍ଭ ହୋଇଛି । ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । 
    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ, ଗତବର୍ଷ ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍କୁଲର ବିକାଶ ସହିତ ଯୋଡ଼ିବା ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପୁରାତନ ଛାତ୍ରମାନେ ଚାହିଁଲେ ସେମାନଙ୍କ ସ୍କୁଲରେ ଲାଇବ୍ରେରୀ, ବିଜ୍ଞାନଗାର ତଥା ଛାତ୍ରବୃତି ଆଦି କ୍ଷେତ୍ରରେ ସହାୟତା ଯୋଗାଇଦେଇ ପାରିବେ । ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା କର୍ପସ ପାଣ୍ଠି କରିଛନ୍ତି । ପୁରାତନ ଛାତ୍ରଛାତ୍ରୀମାନେ ଦେଉଥିବା ଦାନର ଦୁଇଗୁଣ ରାଜ୍ୟ ସରକାର ପ୍ରଦାନ କରିବେ । ସୋସିଆଲ ମିଡିଆରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଓ ଲୋକପି୍ରୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । 
    ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ବଦି୍ରନାରାୟଣ ପାତ୍ର, ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ଏସ୍ସିଏସ୍ଟି ମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆମେରିକାର ବାଣିଜ୍ୟଦୂତ, ବି୍ରଟିଶ କାଉନସିଲ୍ର ନିଦେ୍ର୍ଧଶକ, ମୋ ସ୍କୁଲ୍ର କାର୍ଯ୍ୟକ୍ରମର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook