Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆମ ଗାଁ ଆମ ବିକାଶ : ୩ ପଂଚାୟତ ପାଇଁ ୧.୪ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

    Share on :
    Date: Mar 14, 2018    Views: 895

    ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିର କୋରୁକୁଣ୍ଡା ଗ୍ରାମ ପଂଚାୟତ, ବୌଦ୍ଧ ଜିଲ୍ଲାର ବାଣୀଭୂଷଣ ଓ ମୟୂରଭଂଜ ଜିଲ୍ଲାର ବିଶିପୁର ପଂଚାୟତ ପାଇଁ ୧ କୋଟି ୪୦ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ଯ୍ୟକ୍ରମ ସଫଳତା ଲୋଡ଼ିବା ସହ ମଂଜୁରୀ ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ଏବଂ ଭଲଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ । 
    କୋରୁକୋଣ୍ଡା ପଂଚାୟତର ୧୦ ପ୍ରକଳ୍ପ, ବାଣିଭୂଷଣ ପଂଚାୟତର ୭ ପ୍ରକଳ୍ପ ଓ ବିଶିପୁର ପଂଚାୟତର ୬ ପ୍ରକଳ୍ପକୁୂ ମଂଜୁର କରାଯାଇଛି । ଭିଡିଓ କନଫରେନ୍ସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ୩ ପଂଚାୟତର ସରପଂଚମାନଙ୍କ ସହ ଆଲୋଚନା କରିଥିଲେ । ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନ କରିବା ପାଇଁ କହିଥିଲେ । ସେମାନଙ୍କ ଠାରୁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଂଜୁରୀ ପ୍ରଦାନ କରିଥିଲେ । 
    ସୂଚନାଯୋଗ୍ୟ ଯେ, ଚଳିତ ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ପଂଚାୟତର ଜନସାଧାରଣଙ୍କ ସହ ଆଲୋଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook