Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ଏବେ ଚର୍ଚ୍ଚାରେ ମଣିଷ ମୁହାଁ କୁକୁର

    Share on :
    Date: Mar 14, 2018    Views: 3821

    ଭୁବନେଶ୍ୱର : କୁକୁର, ହେଲେ ମୁହଁଟା ଦେଖିବାକୁ ମଣିଷ ଭଳି  । ଏଭଳି କୁକୁର ଏବେ ବିଶ୍ୱରେ ଚର୍ଚ୍ଚା ସୃଷ୍ଟିକରିଛି । କୁକୁରର ନାଁ ଦିଆଯାଇଛି ଯୋଗୀ  ।  ଏହି କୁକୁରଟି ଦେଖିବାକୁ ମଣିଷ ଭଳି ହୋଇଥିବାବେଳେ ରେଡ଼ିଟରେ ଏହା ଫଟୋ ପୋଷ୍ଟ କରାଯାଇଛି  । ଯାହା ଏବେ ଭାଇରାଲ ହେବାରେ ଲାଗିଛି  । ପ୍ରଥମେ ପ୍ରଥମେ କେହି ଏହାକୁ ଫଟୋସପ୍ର କମାଲ ବୋଲି କହୁଥିଲେ  । କିନ୍ତୁ ପରେ ଏହାର ମାଲିକ ଏହା ସତ ଫଟୋ ବୋଲି ସ୍ପଷ୍ଟ କରିଥିଲେ  । ଏହି କୁକୁରର ମୁହଁଟି ସେଲିବ୍ରିଟ ଇଡ଼ ସେରାନ୍ଙ୍କ ଭଳି ଦେଖାଯାଉଛି ବୋଲି ଇନଷ୍ଟାଗ୍ରାମ ଓ ଫେସବୁକରେ ମତ ପ୍ରକାଶ ପାଇଛି  ।
    ମାସାଚୁସେଟରେ ଥିବା ଯୋଗୀଙ୍କ ମାଲିକ ଚାଂଟାଲ ଦେଶଜଡର଼୍ିନ କହିଛନ୍ତିଯେ, ତାହା ହେଉଛି ତାଙ୍କ କୁକୁରର ପ୍ରକୃତ ଫଟୋ  । ଗତ ଡିସେମ୍ବରରେ ସେ ଏହାକୁ ପୋଷ୍ଟ କରିଥିଲେ  । ଏହା ଏଡ଼ିଟ ହୋଇନାହିଁ  । ଗତବର୍ଷ ଅପ୍ରେଲରେ ସେ ଏହାକୁ ଘରକୁ ଆଣିଥିଲେ  । ତେବେ ସେତେବେଳେ ସେ ମଣିଷ ଭଳି ଦେଖାଯାଉନଥିଲା  ।

    Maximum 500 characters

    ଅଜବ View all

    Find Us on Facebook